ଏହି ମାସ ଲଞ୍ଚ ହେବ ଜବରଦସ୍ତ ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ସମସ୍ତ ଡିଟେଲ୍ସ
ଯଦି ଆପଣ ଏହି ଫେଷ୍ଟିଭ୍ ସିଜନ୍ ରେ ନୂଆ ଇଲେକ୍ଟ୍ରିକ୍ ସ୍କୁଟର୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ । ଏହି ଖବର ଦ୍ୱାରା ଆପଣ ଚଳିତ ମାସରେ ଲଞ୍ଚ ହେବାକୁ ଥିବା ଇଲେକ୍ଟ୍ରିକ୍ ସ୍କୁଟର ବିଷୟରେ ଜାଣି ପାରିବେ ।
ଯଦି ଆପଣ ଏହି ଫେଷ୍ଟିଭ୍ ସିଜନ୍ ରେ ନୂଆ ଇଲେକ୍ଟ୍ରିକ୍ ସ୍କୁଟର୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ । ଏହି ଖବର ଦ୍ୱାରା ଆପଣ ଚଳିତ ମାସରେ ଲଞ୍ଚ ହେବାକୁ ଥିବା ଇଲେକ୍ଟ୍ରିକ୍ ସ୍କୁଟର ବିଷୟରେ ଜାଣି ପାରିବେ ।
ATHER 450S HR :
ATHER ଏନର୍ଜି ଏକ ବଡ଼ ବ୍ୟାଟେରୀ ପ୍ୟାକ୍ ସହିତ ନୂଆ ସ୍କୁଟର ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଗତ ମାସରେ ATHER ନିଜର ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ATHER 450 S ଲଞ୍ଚ କରିଥିଲା । ବର୍ତ୍ତମାନ ଆଗାମୀ ସମୟରେ, ATHER 540s HR ଏକ ବଡ଼ ବ୍ୟାଟେରୀ ପ୍ୟାକ୍ ସହିତ ଆସିବ ବୋଲି କୁହାଯାଉଛି । ତେବେ କମ୍ପାନୀରୁ କୌଣସି ଅଫିସିଆଲ ସୂଚନା ଆସିନାହିଁ ।
ବ୍ୟାଟେରୀ ପ୍ୟାକ୍ ଏବଂ ରେଞ୍ଜ :
ATHER 450 S ୨.୯ kWhର ବ୍ୟାଟେରୀ ପ୍ୟାକ୍ ସହିତ ଲ୍ୟାସ କରାଯାଇଛି, ଯାହା ୭.୨୪ 7.24 bhp ଏବଂ ୨୨ Nmର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହି ଇଲେକ୍ଟ୍ରିକ୍ ସ୍କୁଟର ସିଙ୍ଗଲ ଚାର୍ଜରେ ୧୧୫ କିଲୋମିଟର ରେଞ୍ଜ ଦେଇଥାଏ । ଅନ୍ୟପଟେ ଯଦି ଆପଣ ଏହାକୁ ଇକୋ ମୋଡରେ ଡ୍ରାଇଭ୍ କରନ୍ତି ତେବେ ଆପଣଙ୍କୁ ୯୦ କିଲୋମିଟରର ରିଏଲ୍ ବର୍ଡ ରେଞ୍ଜ ମିଳିପାରିବ ।
ଇଲେକ୍ଟ୍ରିକ୍ ଲୁନା :
କାଇନେଟିକ୍ ଗ୍ରୀନ ଏନର୍ଜି ଆଣ୍ଡ ପାଓ୍ଵାର ସଲ୍ୟୁସନ୍ସ, କାଇନେଟିକ ଗ୍ରୁପର ସହାୟକ କମ୍ପାନୀ ଇଲେକ୍ଟ୍ରିକ୍ ଲୁନା ଲଞ୍ଚ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି । ଆଶା କରାଯାଉଛି ଏହି ସ୍କୁଟର ଅକ୍ଟୋବର ୨୦୨୩ରେ ଲଞ୍ଚ ହେବ । ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀ ଏହି ସ୍କୁଟର ପ୍ରସ୍ତୁତ କରିବା ଆରମ୍ଭ କରିଛି । ଏହା ବ୍ୟତୀତ କମ୍ପାନୀ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଅନ୍ୟ ପ୍ରଡକ୍ସନ୍ ଲାଇନ୍ ମଧ୍ୟ ପ୍ରସ୍ତୁତ କରୁଛି ।