ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ଲସ୍କରର ୨ ଆତଙ୍କୀ ନିପାତ, କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀ ଥିଲେ
ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆଜି ଶୋପିଆନ୍ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତାଇବାର ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଜୋନର ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି।
ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆଜି ଶୋପିଆନ୍ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତାଇବାର ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଜୋନର ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ, ମୋରିଫତ ମକବୁଲ ଓ ଜାଜିମ ଫାରୁକ୍ ଓରଫ୍ ଅବରାର୍।
କାଶ୍ମୀର ଏଡିଜିପି ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଏନ୍କାଉଣ୍ଟରରେ ନିପାତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଅବରାର୍ କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା। ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଶୋପିଆନ୍ର ଅଲସିପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଯେତେବେଳେ ପୋଲିସ ସୂଚନା ପାଇଥିଲା, ସେହି ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି।
ଅଧିକାରୀଙ୍କ ମୁତାବକ, ଯେତେବେଳେ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ, ସେତେବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାପରେ ସୁରକ୍ଷା ବାହିନୀଙ୍କ ପାଲଟା ଆକ୍ରମଣରେ ଦୁଇ ଆତଙ୍କବାଦୀ ଟଳି ପଡ଼ିଥିଲେ। ସୁରକ୍ଷା ବାହିନୀ ଘାଟିରେ ଆତଙ୍କବାଦ ବିରୋଧୀ ଅପରେସନ ଜାରି ରଖିଛନ୍ତି।
#ShopianEncounterUpdate: Killed #terrorists have been identified as Morifat Maqbool & Jazim Farooq @ Abrar of #terror outfit LeT. #Terrorist Abrar was involved in killing of Kashmiri Pandit late Sanjay Sharma: ADGP Kashmir@JmuKmrPolice https://t.co/Jj0Bxb49dG
— Kashmir Zone Police (@KashmirPolice) October 10, 2023