ହସପିଟାଲରୁ ଡିସଚାର୍ଜ ହେଲେ ଶୁବମନ, କିନ୍ତୁ ଖେଳିବେନି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର । ଡେଙ୍ଗୁରେ ଆକ୍ରାନ୍ତ ହୋଇ ହସପିଟାଲରେ ଭର୍ତ୍ତି ହେବା ପରେ ଏବେ ଡିସଚାର୍ଜ ହୋଇଛନ୍ତି ଶୁବମନ ଗିଲ୍‌ । ସ୍ୱତନ୍ତ୍ର ଡାକ୍ତର ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ଖେଳିବେନି ବୋଲି ଖବର ମିଳିଛି ।

ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର । ହସପିଟାଲରେ ଭର୍ତ୍ତି ହେବା ପରେ ଡିସଚାର୍ଜ ହୋଇଛନ୍ତି ଶୁବମନ ଗିଲ୍‌ । ଡେଙ୍ଗୁ ଯୋଗୁଁ ଶୁବମନଙ୍କ ପ୍ଲେଟଲେଟ୍‌ କମ୍‌ ହୋଇଯିବାରୁ ଚେନ୍ନାଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏବେ ଶୁବମନ ହସପିଟାଲରୁ ଡିସଚାର୍ଜ ହୋଇ ହୋଟେଲକୁ ଫେରିଥିବା ଜଣାପଡିଛି । ସ୍ୱତନ୍ତ୍ର ଡାକ୍ତର ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।

ଶୁବମନ ଗିଲଙ୍କୁ ଡେଙ୍ଗୁ ହେବା ପରେ ପ୍ରଥମ ବିଶ୍ୱକପ ମ୍ୟାଚ ଖେଳିପାରିନଥିଲେ । ପ୍ଲେଟଲେଟ କମ୍‌ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଘଣ୍ଟା ରହିବା ପରେ ପୁଣି ହୋଟେଲକୁ ଫେରିଛନ୍ତି ଶୁବମନ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ।

ଖବର ମୁତାବକ, ବିଶ୍ୱକପ ୨୦୨୩ ଆରମ୍ଭ ପୂର୍ବରୁ ମଧ୍ୟ ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ହଠାତ୍‌ ପ୍ଲେଟଲେଟ୍‌ କମିଯିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । ଗତ ୩ ଦିନ ତଳେ ଚେନ୍ନାଇରେ ଗିଲଙ୍କର ଜ୍ୱର ଅଧିକ ଥିଲା ଏବଂ ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କୁ ଡେଙ୍ଗୁ ଥିବା ଜଣାପଡିଥିଲା ।ଡେଙ୍ଗୁ ହେବାରୁ ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍ ଖେଳିନଥିଲେ । ସେ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ତାଙ୍କର ଖେଳିବାର ସମ୍ଭାବନା କମ୍ ରହିଛି ।

ଡେଙ୍ଗୁରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ତାଙ୍କୁ ୨ ସପ୍ତାହ ଲାଗିବ । ଏହାପରେ ଅଭ୍ୟାସ କରିବା ପରେ ଟିମକୁ ଫେରିପାରନ୍ତି । ବିସିସିଆଇ ଏପର୍ଯ୍ୟନ୍ତ ଗିଲଙ୍କ ରିପ୍ଲେସମେଣ୍ଟ ଘୋଷଣା କରିନାହିଁ । ବିଶ୍ୱକପ ଟିମରେ ଗିଲ୍‌ ରହିଛନ୍ତି । ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ ଟିମରେ ସ୍ଥାନ ପାଇଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ ଟିମ ଦ୍ୱିତୀୟ ବିଶ୍ୱକପ ମ୍ୟାଚ ପାଇଁ ଦିଲ୍ଲୀ ପହଞ୍ଚିଛି । କିନ୍ତୁ ଶୁବମନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଏବେ ଚେନ୍ନାଇରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.