Below header

ଶୋଇଥିବାବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଝରକା ଭାଙ୍ଗି ଲୁଟିନେଲେ ୨୫ ଭରି ସୁନା

ଝରକା ଭାଙ୍ଗି ଲୁଟିଲେ୨୫ ଭରି ସୁନା । ଛତ୍ରପୁର ଥାନା ଅଧିନ ତୁଳସୀନଗର ଚତୁର୍ଥ ଲାଇନର କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା। ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି ନେଲେ ଲୁଟେରା ।

(କେନ୍ୟୁଜ): ଝରକା ଭାଙ୍ଗି ଲୁଟିଲେ୨୫ ଭରି ସୁନା । ଛତ୍ରପୁର ଥାନା ଅଧିନ ତୁଳସୀନଗର ଚତୁର୍ଥ ଲାଇନର କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା। ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି ନେଲେ ଲୁଟେରା । ଘରେ ସମସ୍ତେ ଶୋଇଥିବାବେଳେ ଝରକା ଭାଙ୍ଗି ଚୋର ଘରେ ପଶି ଲୁଟ୍ କରିଛନ୍ତି । ଏନେଇ ଛତ୍ରପୁର ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରର ଲୁହା ଝରକା ତାଡି ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ ୨୫ ହଜାର ଟଙ୍କା ଓ ଏଟିଏମ, ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରି କରି ନେଇଯାଇଛନ୍ତି । ଏ ନେଇ ସେ ମଙ୍ଗଳବାର ସକାଳେ କିଶୋର ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାର ସୂଚନା ପାଇ ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଁଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.