‘ଫ୍ରି’ରେ ହେବ ଫୋନ୍‌ ରିଚାର୍ଜ, ଫ୍ଲିପକାର୍ଟ ସୁପର କଏନ୍ସରେ ମିଳୁଛି ବଢିଆ ଲାଭ

ଯଦି ଆପଣ ଫ୍ଲିପକାର୍ଟରୁ ସପିଂ କରୁଛନ୍ତି ତେବେ ଏଠାରୁ ମୋବାଇଲ ରିଚାର୍ଜ କରିବା ବହୁତ ଶସ୍ତା ହେବ । ଏହା ବ୍ୟତୀତ ଫ୍ଲିପକାର୍ଟ ଦାବି କରିଛି ମୋବାଇଲ ରିଚାର୍ଜ ଫ୍ରି ସହିତ ସମାନ ।

ଫ୍ଲିପକାର୍ଟରେ ବର୍ତ୍ତମାନ ବିଗ୍‌ ବିଲିୟନ ଡେଜ୍‌ ସେଲ ଚାଲିଛି । ଏଠାରୁ ଆପଣ ଭାରି ଡିସକାଉଣ୍ଟ ସହିତ ଅନେକ ଜିନିଷ କିଣି ପାରିବେ । ସ୍ମାର୍ଟଫୋନ, ଲାପଟପ୍‌, ଟାବଲେଟ୍‌ ସମେତ ଅନେକ ପ୍ରଡକ୍ଟ ଉପରେ ଭଲ ଅଫର ମିଳୁଛି । ଯଦି ଆପଣ ଫ୍ଲିପକାର୍ଟରୁ ସପିଂ କରୁଛନ୍ତି ତେବେ ଏଠାରୁ ମୋବାଇଲ ରିଚାର୍ଜ କରିବା ବହୁତ ଶସ୍ତା ହେବ । ଏହା ବ୍ୟତୀତ ଫ୍ଲିପକାର୍ଟ ଦାବି କରିଛି ମୋବାଇଲ ରିଚାର୍ଜ ଫ୍ରି ସହିତ ସମାନ । କମ୍ପାନୀ ଫ୍ଲିପକାର୍ଟ ସୁପର କଏନ୍ସ ଦ୍ୱାରା ଆପଣଙ୍କୁ ରିଚାର୍ଜ କରିବାର ଲାଭ ଦେବ । ତେବେ ଆସନ୍ତୁ ଜାଣିବା ଆପଣ ରିଚାର୍ଜ ଅଫରର ଲାଭ କିପରି ଉଠାଇ ପାରିବେ ।

ଫ୍ଲିପକାର୍ଟରୁ ସପିଂ କରିବା ପରେ ୟୁଜର୍ସଙ୍କୁ ସୁପର କଏନ୍‌ ମିଳିଥାଏ । ଏହି ସୁପର କଏନ୍ସର ବ୍ୟବହାର ଆପଣ ସପିଂ ପାଇଁ ହିଁ କରିଥାନ୍ତି । ତେବେ ମୋବାଇଲ ରିଚାର୍ଜ କରିବା ପାଇଁ ଇ-କମର୍ସ ପ୍ଲାଟଫର୍ମ ଆପଣଙ୍କୁ ଭାରି ଡିସକାଉଣ୍ଟର ସୁଯୋଗ ଦେଉଛି । ସୁପର କଏନ୍ସ ସାହାଯ୍ୟରେ ଆପଣ ଫୋନ ରିଚାର୍ଜକୁ ଶସ୍ତା କରି ପାରିବେ ।

ଇ-କମର୍ସ ପ୍ଲାଟଫର୍ମର ଅଫର ବିଷୟରେ କହିବାକୁ ଗଲେ କମ୍ପାନୀ ଭଲ ରିଚାର୍ଜ ସୁବିଧା ଦେଉଛି । ଫ୍ଲିପକାର୍ଟ ଦାବି କରିଛି ଯେ ମୋବାଇଲ୍ ରିଚାର୍ଜ କରିବାବେଳେ ସୁପର କଏନ୍ସ ସହିତ ଆପଣଙ୍କୁ ୧୫ ପ୍ରତିଶତ ଡିସକାଉଣ୍ଟ ମିଳିବ । ଅର୍ଥାତ ଯଦି ଆପଣ ଫ୍ଲିପକାର୍ଟରୁ ରିଚାର୍ଜ କରନ୍ତି, ତେବେ ଆପଣ ଡିସକାଉଣ୍ଟ ପାଇପାରିବେ ।

. ଫ୍ଲିପକାର୍ଟ ପ୍ଲସ୍ ୟୁଜର୍ସ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ଟଙ୍କାରେ ୪ଟି ସୁପର କଏନ୍ସ ପାଇପାରିବେ । ଗୋଟିଏ ଜିନିଷ ଅର୍ଡର କଲେ ପାଖାପାଖି ୧୦୦ଟି ସୁପର କଏନ୍ସ ମିଳିଥାଏ ।
. ସାଧାରଣ ୟୁଜର୍ସ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ ଟଙ୍କାରେ ୨ଟି ସୁପର କଏନ୍ସ ପାଇଥାନ୍ତି । ଗୋଟିଏ ଅର୍ଡରରେ ସର୍ବାଧିକ ୫୦ଟି ସୁପର କଏନ୍ସ ମିଳିଥାଏ ।
. ଫ୍ଲିପକାର୍ଟର Ola, Oyo ଭଳି ପାର୍ଟନରଙ୍କ ସର୍ଭିସ ନେବା ପରେ ସୁପର କଏନ୍ସ ପାଇ ପାରିବେ ।
. କେବଳ ଫ୍ଲିପକାର୍ଟ ଆପରେ ସୁପର କଏନ୍ସର ଲାଭ ଉଠାଇ ପାରିବେ ।
. ଫ୍ଲିପକାର୍ଟ ଆପ୍ ମାଧ୍ୟମରେ ଫ୍ଲାଇଟ୍‌ ବୁକିଂରେ ମଧ୍ୟ ସୁପର କଏନ୍ସ ମିଳିବ ।
. ଫ୍ଲିପକାର୍ଟ ଆପରେ ଗେମ୍ସ ଖେଳିବା ଦ୍ୱାରା ମଧ୍ୟ ଆପଣ ସୁପରକଏନ୍ ପାଇ ପାରିବେ ।

ଫ୍ଲିପକାର୍ଟରୁ ଜିନିଷ କିଣିବା ସମୟରେ ଫ୍ଲିପକାର୍ଟ ପ୍ଲସ୍ ମେମ୍ବର୍ସମାନେ ସୁପର କଏନ୍ସ ଦ୍ୱାରା ପେମେଣ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ ‘ସୁପର କଏନ୍ସ ପ୍ରାଇସ୍’ ଫିଲ୍ଟର ବ୍ୟବହାର କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.