Below header

ଆସନ୍ତାକାଲି ଭାରତ-ଆଫଗାନିସ୍ତାନ ମ୍ୟାଚ୍‌: ଶୁବମନଙ୍କ ବିନା ଦଳ ଟେନସନରେ, ଟିମ୍‌ ପାଇଁ ଚିନ୍ତା ନଂ ୪ ସ୍ଥାନ

ଆସନ୍ତାକାଲି ଦିଲ୍ଲୀରେ ଭାରତ-ଆଫଗାନିସ୍ତାନ ଲଢ଼େଇ । ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ଖୋଲିବା ପୂର୍ବରୁ ପାଭିଲନ୍ ଫେରିଥିଲେ ରୋହିତ, ଇଶାନ ଓ ଶ୍ରେୟସ ଆୟର । ଆଫଗାନିସ୍ତାନ ବିପକ୍ଷରେ ଏମାନେ ନିଜର ତ୍ରୁଟି ସୁଧାରିବାକୁ ପଡ଼ିବ ।

ଦିନିକିଆ ବିଶ୍ବକପରେ ଆସନ୍ତାକାଲି ଭାରତ-ଆଫଗାନିସ୍ତାନ ଲଢ଼େଇ । ଦିଲ୍ଲୀରେ ଖେଳାଯିବ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ତେବେ ଇନଫର୍ମ ଓପନର ଶୁବମନ୍ ଗିଲ ଡେଙ୍ଗୁରେ ପୀଡିତ ଥିବାରୁ ଟିମ୍‌ ପାଇଁ ଟେନସନ ବଢିଯାଇଛି । ଡେଙ୍ଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ଚେନ୍ନାଇରେ ଏବେ ବି ଚିକିତ୍ସାଧୀନ ଅଛନ୍ତି ଗିଲ୍ । ସେ ଟିମ୍ ଇଣ୍ଡିଆ ସହ ଦିଲ୍ଲୀ ଆସି ନାହାନ୍ତି ।

ତାଙ୍କ ସ୍ଥାନରେ କାଲିର ମ୍ୟାଚରେ ରୋହିତଙ୍କ ସହ ଇନିଂସ ଓପନିଂ କରିପାରନ୍ତି ଇଶାନ୍ କିଶନ । ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ଖୋଲିବା ପୂର୍ବରୁ ପାଭିଲନ୍ ଫେରିଥିଲେ ରୋହିତ, ଇଶାନ ଓ ଶ୍ରେୟସ ଆୟର । ଆଫଗାନିସ୍ତାନ ବିପକ୍ଷରେ ଏମାନେ ନିଜର ତ୍ରୁଟି ସୁଧାରିବାକୁ ପଡ଼ିବ । ଏବେ ବି ଟିମ୍ ଇଣ୍ଡିଆ ପାଇଁ ଚାରି ନମ୍ବର ସମସ୍ୟା ରହିଛି । ଶ୍ରେୟସ ଆୟର ଅଷ୍ଟ୍ରେଲିଆ ବିପକ୍ଷ ଗୋଟିଏ ଦିନିକିଆରେ ବିସ୍ଫୋରକ ଶତକ ମାରିଥିଲେ । ବିଶ୍ବକପରେ ତାଙ୍କୁ ଫର୍ମ ବଜାୟ ରଖିବାକୁ ପଡ଼ିବ । ଆଫଗାନିସ୍ତାନକୁ ବି ହାଲୁକାରେ ନେବ ନାହିଁ ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ଜିତିଲେ ୧୪ ତାରିଖରେ ପାକିସ୍ତାନ ସହ ମହା ମୁକାବିଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.