ଯାତ୍ରା ଦେଖି ବାଇକରେ ଫେରିବା ବେଳେ ଅଘଟଣ, ଆଖି ଲାଗି ଯିବାରୁ ଚାଲିଗଲା ୨ ଜୀବନ

ଅପେରା ଦେଖି ବାଇକରେ ଫେରିବା ବେଳେ ଲାଗିଗଲା ଆଖି, ଚାଲିଗଲା ୨ ଜୀବନ। ଗଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେଟାକାନୀ ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଉଲୁଣ୍ଡା ଥାନା ଢେଲେଇ ଗାଁର କାହ୍ନା ମିଶ୍ର ଓ ଅଇଁଲାଛାଟ ଗାଁର ସୁସାନ୍ତ ସାହୁ ।

ସୁବର୍ଣ୍ଣପୁର (କେନ୍ୟୁଜ): ଅପେରା ଦେଖି ବାଇକରେ ଫେରିବା ବେଳେ ଲାଗିଗଲା ଆଖି, ଚାଲିଗଲା ୨ ଜୀବନ। ଗଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେଟାକାନୀ ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଉଲୁଣ୍ଡା ଥାନା ଢେଲେଇ ଗାଁର କାହ୍ନା ମିଶ୍ର ଓ ଅଇଁଲାଛାଟ ଗାଁର ସୁସାନ୍ତ ସାହୁ । ଆଜି ସକାଳୁ ସେମାନେ ଅପେରା ଦେଖି ଗାଁକୁ ଫେରୁଥିଲେ । ଏତିକିବେଳେ ମେଟାକାନୀ ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ବାଇକ । ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଛି ।

ସେହିପରି ଶୋଇଥିବାବେଳେ ମାଆ ଓ ପୁଅଙ୍କ ଉପରେ ଚଢିଗଲା ଟ୍ରକ। ଢେଙ୍କାନାଳ କାମାକ୍ଷାନଗର ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡିଆରେ ଏହି ଅଘଟଣ ଘଟିଛି। ମୃତକ ହେଲେ ମାଆ ରୁନୁ ପଧାନ ଓ ପୁଅ ଲିପୁ ପଧାନ। ଗତକାଲି ରାତିରେ ରୁନୁ ପ୍ରଧାନ ପରିବାର ଲୋକଙ୍କ ସହ ଯାତ୍ରା ପଡିଆରେ ଶୋଇଥିବାବେଳେ ସେମାନଙ୍କ ଉପରେ ଟ୍ରକ ମାଡିଯାଇଥିଲା। ଘଟଣାସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋିଥିବାବେଳେ ଅନ୍ୟ ୪ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.