ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର: ସମାଧାନ ପାଇଁ ଆସିଥିବା ଦମ୍ପତି ହେଲେ ପିଟାପିଟି

ପରିବାର ଅଦାଲତର ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ସ୍ୱାମୀଙ୍କ ହେଲ୍‌ମେଟ୍‌ ମାଡ଼ରେ ଗୁରୁତର ସ୍ତ୍ରୀ।

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ପରିବାର ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର। ବାଲେଶ୍ୱର ପରିବାର ଅଦାଲତର ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍‌ ହେଲେ ଦମ୍ପତି । ସ୍ୱାମୀଙ୍କ ହେଲ୍‌ମେଟ୍‌ ମାଡ଼ରେ ଗୁରୁତର ସ୍ତ୍ରୀ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଚାନ୍ଦିପୁର ଥାନା ମଝି କିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀଙ୍କ ଛାଡ଼ପତ୍ର ମାମଲା ବର୍ତ୍ତମାନ ପରିବାର ଅଦାଲତରେ ବିଚାରାଧୀନ ରହିଛି । ଉଭୟଙ୍କର ୨ ଜଣ ସନ୍ତାନ ଅଛନ୍ତି । ଭରଣପୋଷଣକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା ।

କୋର୍ଟ ହତା ଆଗରେ ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍‌ ହୋଇଥିଲା। ରତିକାନ୍ତ ପତ୍ନୀ ରଶ୍ମିରେଖାଙ୍କୁ ମୁଣ୍ଡକୁ ହେଲମେଟରେ ପିଟିଥିଲେ । ଫଳରେ ରଶ୍ମିରେଖାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସେ ଅଚେତ ହୋଇ ପଡ଼ିଥିଲେ । ପରେ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ରଶ୍ମିରେଖାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.