ନନ୍ଦନକାନନକୁ ଆସିଲେ ନୂଆ ଅତିଥି; ଧଳାବାଘ ରୂପା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ମା’ ହୋଇଛି । ୩ ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ଅଧିକ ଶାବକ ଜନ୍ମ ହେବା ନେଇ ଆଶା ରଖିଛନ୍ତି କର୍ତ୍ତୃପକ୍ଷ । ତେବେ ତାଙ୍କୁ ସିସିଟିଭି ଅନୁଧ୍ୟାନରେ ରଖାଯାଇଛି । ମାଆ ଛୁଆ ସୁସ୍ଥ ଥିବା ସୂଚନା ମିଳିଛି । ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ। ଏହି ୩ ଶାବକଙ୍କ ମଧ୍ୟରେ ଦୁଇ ଜଣଙ୍କ ରଙ୍ଗ ନାଲି ହୋଇଥିବା ବେଳେ ଜଣଙ୍କ ରଙ୍ଗ ଧଳା ।

ସେପ୍ଟେମ୍ବର ୨୩ ଓ ୨୪ରେ ନାଲି ମହାବଳ ରାଜେଶ୍‌ ସହିତ ରୁପାକୁ ମିଳନ କରାଯାଇଥିଲା । ଏବେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.