Below header

ନନ୍ଦନକାନନରେ ବିରଳ ଧଳାବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ବିରଳ ଧଳାବାଘର ମୃତ୍ୟୁ । ଆଜି ଧଳା ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲା । ଏକ ମାସ ଧରି ଚିକିତ୍ସା ପରେ ଆଜି ତାର ମୃତ୍ୟୁ ହୋଇଛି । ପ୍ରାଣୀ ଉଦ୍ୟାନ ବାଘ ସଫାରୀରେ ରହି କିଛି ଦିନ ହେଲା ହଜାର ହଜାର ପର୍ଯ୍ୟଟକଙ୍କୁ ଆମୋଦ ପ୍ରମୋଦ ଯୋଗାଇ ଆସୁଥିଲା ।

tigerଗତ ସେପ୍ଟେମ୍ବର ୨୨ ତାରିଖରେ ସଫାରୀ ମଧ୍ୟରେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲା । ରକ୍ତ ଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲା । ଅସୁସ୍ଥ ହେବା ପରେ ସେ ଖାଇବା ଛାଡି ଦେଇଥିଲା । ନନ୍ଦନକାନନ ପଶୁ ଚିକିତ୍ସକ ବାଘକୁ ବିଭିନ୍ନ ମେଡିସିନ୍ ଓ ନିଶ୍ଚେିତକ ମାଧ୍ୟମରେ ସାଲାଇନ୍ ଦେଇଥିଲେ । ହେଲେ ବାଘର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ଶୁଭ୍ରାଂଶୁର ମୃତ୍ୟୁ ପରେ ଏବେ ଏବେ ନନ୍ଦନକାନନରେ ଏବେ ୧୨ଟି ବାଘ ଓ ୧୩ଟି ବାଘୁଣୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.