ଜାଣନ୍ତୁ ଦୀପାବଳି ଦିନ କାହିଁକି ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ

କାର୍ତ୍ତିକ ମାସର ଆଗମନ ସହିତ ଦୀପର ପର୍ବ ଦୀପାବଳିର ପ୍ରସ୍ତୁତି ଧୁମଧାମରେ ଆରମ୍ଭ ହୋଇଯାଇଛି । ଚଳିତ ମାସରେ ଅନେକ ଧାର୍ମିକ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ହୋଇଥାଏ । ଏହି ମାସରେ ଖାସ୍ କରି ତୁଳସୀ, ଶାଳଗ୍ରାମ ଓ ଦିପାବଳୀରେ ମା ଲକ୍ଷ୍ମୀଙ୍କ ବିଶେଷ ପୂଜା ଓ ଆରାଧନା କରାଯାଏ । ଏହି ମାସକୁ ପର୍ବପର୍ବାଣିର ମାସ ବୋଲି କୁହାଯାଏ । ମାନ୍ୟତା ରହିଛି ଯେ ଏହି ମାସରେ ବ୍ରତ, ସ୍ନାନ ଓ ଦାନ କଲେ ଅନେକ ପ୍ରକାର ପାପରୁ ମୁକ୍ତି ମିଳିଥାଏ । କାର୍ତ୍ତିକ ମାସକୁ ବହୁତ ପବିତ୍ର ବୋଲି ମନାଯାଏ । କାର୍ତ୍ତିକ ମାସରେ ପୂଜା ତଥା ବ୍ରତ କଲେ ତୀର୍ଥଯାତ୍ରା ସମାନର ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଚଳିତ ବର୍ଷ ଦୀପାବଳି ୨୭ ଅକ୍ଟୋବରରେ ପାଳନ କରାଯିବ ।

diwali laxmi pujaମାନ୍ୟତା ରହିଛି ଭଗବାନ ରାମ ଏହି ଦିନ ଲଙ୍କା ଉପରେ ବିଜୟ ପ୍ରାପ୍ତ କରି ଏବଂ ନିଜ ୧୪ ବର୍ଷର ବନବାସ ସମ୍ପୂର୍ଣ୍ଣ କରି ଅଯୋଧ୍ୟା ଫେରିଥିଲେ । ତାଙ୍କ ଆସିବା ଖୁସିରେ ରାଜ୍ୟକୁ ଦୀପରେ ସଜାଯାଇଥିଲା । ସେବେଠାରୁ ଏହି ପର୍ବକୁ ପାଳନ କରାଯାଉଛି । ଲୋକମାନେ ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । କୁହାଯାଏ ଧନର ଦେବୀ ମା ଲକ୍ଷ୍ମୀ ଏହି ଦିନ ଘରେ ପ୍ରବେଶ କରିଥାନ୍ତି । ଏହି ଦିନ ଧନ-ସମ୍ପଦ ଓ ଶାନ୍ତି ପାଇଁ ଲକ୍ଷ୍ମୀ ଓ ଗଣେଷ ଭଗବାନଙ୍କ ପାଇଁ ବିଶେଷ ପୂଜା-ଅର୍ଚ୍ଚନାର ଆୟୋଜନ କରାଯାଇଥାଏ । ଦୀପାବଳି ଦିନ ସମସ୍ତେ ନିଜ ଘରକୁ ସଫାସଫି କରି ସୁନ୍ଦର ଦେଖିବା ପାଇଁ ଚାହାଁନ୍ତି । ଏହି କାରଣରୁ ଏହି ପର୍ବରେ ସମସ୍ତ ଘରକୁ ସଫାସଫି କରିବା ସହ ସୁନ୍ଦର ଭାବେ ସଜାଇଥାନ୍ତି ।

ଏହାସହ ପଢନ୍ତୁ: ଜାଣନ୍ତୁ କେଉଁ ମାର୍ଗ ମଣିଷକୁ ପରମାତ୍ମାଙ୍କ ସହ ଯୋଡିଥାଏ

ଭାରତୀୟ କାଳଗଣନା ଅନୁସାରେ ୧୪ ମନୁଙ୍କ ସମୟ ବିତିବା ଏବଂ ପ୍ରଳୟ ହେବା ପରେ ପୁନଃନିର୍ମାଣ ତଥା ସୃଷ୍ଟିର ନୂଆ ଆରମ୍ଭ ଦୀପାବଳି ଦିନ ହୋଇଥିଲା । ନବାରମ୍ଭ କାରଣରୁ କାର୍ତ୍ତିକ ଅମାବାସ୍ୟାକୁ କାଳରାତ୍ରି ମଧ୍ୟ କୁହାଯାଏ । ଏହି ଦିନ ସୂର୍ଯ୍ୟ ନିଜ ୭ମ ଅର୍ଥାତ୍ ତୁଳା ରାଶିରେ ପ୍ରବେଶ କରିଥାନ୍ତି ଏବଂ ଉତ୍ତରାର୍ଦ୍ଧର ଆରମ୍ଭ ହୋଇଥାଏ । ଏଥିପାଇଁ କାର୍ତ୍ତିକ ମାସର ପ୍ରଥମ ଅମାବାସ୍ୟା ନୂଆ ପ୍ରାରମ୍ଭ ଏବଂ ନବନିର୍ମାଣର ସମୟ ହୋଇଥାଏ ।

କାଳରାତ୍ରିକୁ ଶତ୍ରୁ ବିନାଶକ ବୋଲି ବିବେଚନା କରାଯାଏ । ଏହା ସହିତ ଶୁଭତ୍ୱର ପ୍ରତୀକ, ସୁଖ ସମୃଦ୍ଧି ପ୍ରଦାନକାରୀ ବୋଲି ମଧ୍ୟ ସମସ୍ତେ ମାନନ୍ତି । ଧାର୍ମିକ କଥା ଅନୁସାରେ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ସମୁଦ୍ର ମନ୍ଥନରୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥିଲା । ଆଉ ଏକ ମାନ୍ୟତା ଅନୁସାରେ ଏହି ଦିନ ମା ଲକ୍ଷ୍ମୀଙ୍କ ଜନ୍ମଦିବସ ହୋଇଥାଏ । କିଛି ସ୍ଥାନରେ ଏହି ଦିନ ଦେବୀ ଲକ୍ଷ୍ମୀଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.