Below header

ନନ୍ଦନକାନନରେ ଜନ୍ମ ନେଲେ ୩ ବାଘ ଶାବକ, ବାଘ ସଂଖ୍ଯା ୨୮କୁ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍‌) : ନନ୍ଦନକାନନରେ ରହୁଥିବା ଧଳା ବାଘୁଣୀ ବିଜୟା ଆଜି ୩ ଶାବକଙ୍କୁ ଜନ୍ମ ଦେଇଛି । ବିଜୟା ଆଜି ସକାଳ ୧୦ ଟା ୫୮ ରେ, ଦିନ ୧ଟା ରେ ଓ ଦିନ ୧ଟା ୩୫ ମିନିଟ୍ ରେ ଏମିତି ୩ଟି ଛୁଆ ଜନ୍ମ କରିଛି। ପୂର୍ବରୁ ଏହି ଧଳା ବାଘୁଣୀ ୨୦ ଅଗଷ୍ଟ ୨୦୧୬ ରେ
୨ ଟି ଛୁଆ ଜନ୍ମ କରିଥିଲା। ୧୭ ସେପ୍ଟେମ୍ବର ୨୦୧୭ ରେ ୨ ଟି ଛୁଆ ଜନ୍ମ ଦେଇଥିଲା।

ଏହା ହେଉଛି ବିଜୟା ର ତ୍ରୁତୀୟ ପ୍ରସବ ପ୍ରକ୍ରିୟା। ପ୍ରସବ କରିବାରେ ଓ ଛୁଆ ଯତ୍ନ ଦେବାରେ ବିଜୟା ର ଅଭିଜ୍ଞତା ରହିଛି। ବିଜୟା ଏବେ ନବଜାତକଙ୍କ ର ଯତ୍ନ ଠିକ୍ ରେ ନେଉଛି ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହା ସହିତ ନନ୍ଦନକାନନ ର ବାଘ ସଂଖ୍ଯା ୨୮ କୁ ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.