ଦିୟା ମିର୍ଜାଙ୍କ ହନିମୁନ୍‌ରେ ପହଞ୍ଚିଲେ ସାବତ ଝିଅ, ମାଳଦ୍ୱୀପରୁ ସାମ୍ନାକୁ ଆସିଲା ଏମିତି ଫଟୋ

ବିବାହ ପରେ ଦିୟା ମିର୍ଜା ନିଜର ପ୍ରଥମ ଭ୍ୟାକେଶନରେ ସ୍ୱାମୀ ବୈଭବ ରେଖୀଙ୍କ ସହିତ ମାଳଦ୍ୱୀପରେ ଅଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ସେଠାକାର କିଛି ମନୋରମ ଫଟୋ ଶେୟାର କରିଛନ୍ତି। ଏଥିରୁ ଗୋଟିଏ ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି।

ଦିୟା ନିଜ ସାବତ ଝିଅ ସହିତ ପୋଜ୍‌ ଦେଇଛନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଫଟୋରେ ଦିୟା ପରଫେକ୍ଟ ହଲିଡେ’ ମୁଡ୍‌ରେ ଦେଖିବାକୁ ମିଳୁଛନ୍ତି। ସେ ଖରାଦିନର ହାଲୁକା କପଡ଼ା, ବଡ଼ ଗୋଲ୍‌ ଶେଡ୍‌ସ ଏବଂ ଟୋପି ପିନ୍ଧିଛନ୍ତି। ଫଟୋକୁ ବୈଭବ କ୍ଲିକ୍‌ କରିଛନ୍ତି।

ଦିୟା ଫଟୋର କ୍ୟାପସନରେ ଲେଖିଛନ୍ତି, ‘କାଷ୍ଟ ଆେଓ୍ଵ, ଚାଲନ୍ତୁ ଖେଳିବା। କେତେ ମଜାଳିଆ। ମାଳଦ୍ୱୀପରେ ଆଉ ଏକ ଶାନଦାର ଦିନ’। କହି ରଖୁଛୁ, ଦିୟା ଏଥି ପୂର୍ବରୁ ବି ନିଜର କିଛି ବିକିନୀ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଫଟୋ ଖୁବ୍‌ ଚର୍ଚ୍ଚାରେ ଥିଲା। ଫ୍ୟାନ୍‌ମାନଙ୍କୁ ଦିୟାଙ୍କର ଏହି ନୂଆ ଅବତାର ବହୁତ ପସନ୍ଦ ଆସୁଛି। କହି ରଖୁଛୁ, ଦିୟା ବୈଭବଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ହଠାତ୍‌ ବିବାହ ନିଷ୍ପତ୍ତି ଜଣାଇ ଦିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

 

View this post on Instagram

 

A post shared by Dia Mirza (@diamirzaofficial)

 

View this post on Instagram

 

A post shared by Dia Mirza (@diamirzaofficial)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.