ସ୍ୱାଭିମାନ କଟସାହି ପଞ୍ଚାୟତ କାହାର? ନିର୍ବାଚନ ମୈଦାନରେ ମୋଟ ୮ ଜଣ ପ୍ରାର୍ଥୀଙ୍କ ଭିତରୁ ୫ମହିଳା

ଭଦ୍ରକ (କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅତି ସମ୍ବେଦଦନଶୀଳ କଟସାହି ପଞ୍ଚାୟତ । ଚଳିତ ପଂଚାୟତ ନିର୍ବାଚନରେ ମୋଟ ୮ ଜଣ ପାର୍ଥୀ ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ପ୍ରାର୍ଥୀ । କାରଣ ପ୍ରାୟ ୫୦ ବର୍ଷ ପରେ ଏହି ପଂଚାୟତଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ବିଜେଡି -ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ଅଛନ୍ତି । ହେଲେ ଏକଦା କଂଗ୍ରେସର ଦୁର୍ଗ ଥିବା ଏହି ପଂଚାୟତ ଏବେ କଂଗ୍ରେସ ବିହୀନ । ପଞ୍ଚାୟତରେ ୧୬ଟି ଗୋଟି ୱାର୍ଡ ରହିଥିବା ବେଳେ ଭୋଟର ଅଛନ୍ତି ୬ ହଜାର ୭୮୧ ଜଣ । ଶେଷ ପର୍ଯ୍ୟାୟ ଅର୍ଥାତ ଚଳିତ ମାସ ୨୪ ତାରିଖ ହେବ ନିର୍ବାଚନ ।

ସ୍ୱାଭିମାନ କଟସାହି ମଞ୍ଚର ଦୁଇ ମହିଳା ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି କରୁଛନ୍ତି ଯୁବ ନେତା ତଥା ସଂଗଠକ ଅଖୁଜା ପଣ୍ଡା । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନେତୃତ୍ୱ ନେଉଛନ୍ତି ପୂର୍ବତନ ସରପଞ୍ଚ ରଘୁନାଥ ଲେଙ୍କା । କ୍ଷମତାରେ ଥିବା ସମୟରେ କରିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ପାଥେୟ କରି ଗାଁ ଗାଁ ରେ ପ୍ରଚାର କରୁଛନ୍ତି । ଭୋଟିଂ ପୂର୍ବରୁ ଉଭୟ ନେତା ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ନିର୍ବାଚନୀ ଅସ୍ତ୍ର କରିଛି ବିଜେପି । ଅର୍ଦ୍ଧଶତାବ୍ଦୀ ପରେ ବଡ଼ ପଂଚାୟତରେ ହେବ ବିଗ୍‌ ଫାଇଟ୍‌ । ହେଲେ କଣ ରହିଛି କଟସାହି ଭୋଟରଙ୍କ ମୁଡ୍‌ ତାହା ରେଜଲ୍ଟ ପରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.