Below header

ଉଜୁଡିଗଲା ସୁନାର ସଂସାର: ବରଗଡ଼ ଜିଲ୍ଲା ସୋହେଲାରେ ମାଆ ଓ ଦୁଇ ପିଲା କାହିଁକି ବିଷ ପିଇଲେ ?

ବରଗଡ଼ ଜିଲ୍ଲା ସୋହେଲାରେ ମାଆ ଓ ଦୁଇ ପିଲା କାହିଁକି ବିଷ ପିଇଲେ ? ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ କାହିଁକି ? ପାରିବାରିକ ଅଶାନ୍ତି ନା ଆଉ କିଛି କାରଣ ରହିଛି ? ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କାହିଁକି ଉଜୁଡିଗଲା ସୁନାର ସଂସାର ? ପୋଲିସ ଅଧିକ ଖୋଳତାଡ କରୁଛି ।

ବରଗଡ଼(କେନ୍ୟୁଜ୍): ବରଗଡ଼ ଜିଲ୍ଲା ସୋହେଲାରେ ମାଆ ଓ ଦୁଇ ପିଲା କାହିଁକି ବିଷ ପିଇଲେ ? ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ କାହିଁକି ? ପାରିବାରିକ ଅଶାନ୍ତି ନା ଆଉ କିଛି କାରଣ ରହିଛି ? ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କାହିଁକି ଉଜୁଡିଗଲା ସୁନାର ସଂସାର ? ପୋଲିସ ଅଧିକ ଖୋଳତାଡ କରୁଛି । ସୋହେଲା ମାଷ୍ଟରପଡ଼ାରେ ବିଷ ପିଇବାରୁ ପୁଅ ଓ ଝିଅ ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ମାଆ । ମୃତକମାନେ ହେଲେ ଅର୍ଜୁନ ସାହୁଙ୍କର ପୁଅ ବଂଶୀଧର ଓ ବିବାହିତା ଝିଅ ସୁବର୍ଣ୍ଣ ମହାଜନ ।

ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ଅର୍ଜୁନଙ୍କ ପତ୍ନୀ କୁମୁଦିନୀ ସାହୁ । ତିନି ଜଣ କୀଟନାଶକ ପିଇ ଦେଇଥିଲେ । ଅର୍ଜୁନଙ୍କ ଝିଅ ସୁବର୍ଣ୍ଣ ବିବାହିତା ଥିଲେ ଓ ତାଙ୍କର ଗୋଟିଏ ୩ ବର୍ଷର ଶିଶୁ କନ୍ୟା ଅଛି । ସୁବର୍ଣ୍ଣଙ୍କୁ ତାଙ୍କ ସ୍ବାମୀ ଛାଡି ଦେଇଥିଲେ । ପୂର୍ବରୁ ପରିବାରରେ ଅଶାନ୍ତି ଲାଗି ରହିଥିଲା । ସେହିପରି ଗତ ୬ ତାରିଖ ଦିନ ଅର୍ଜୁନ ସାହୁଙ୍କର ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିଲା ।

ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପୂରା ପରିବାର । ଘର ମୁଖିଆଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ସ୍ତ୍ରୀ ଓ ପୁଅ-ଝିଅ ବିଷ ପିଇଥିଲେ କି ? ପାରିବାରିକ ଅଶାନ୍ତି ଓ ଦୁଃଖରେ ସେମାନେ ଆତ୍ମହତ୍ୟାର ବାଟ ବାଛି ନେଲେ କି ? କୁମୁଦିନୀ ସୁସ୍ଥ ହେଲେ ସେ ହିଁ କହିପାରିବେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.