ନବୀନଙ୍କ କାହିଁକି ପସନ୍ଦ ଯୁବ ଚେହେରା? ରହସ୍ୟ ପଛର କାରଣ ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ):  ନୂଆ ମନ୍ତ୍ରିମଣ୍ଡଳରେ ୟଙ୍ଗ ବ୍ରିଗେଡଙ୍କୁ ଗୁରୁ ଦାୟିତ୍ୱ । ଯୁବ ଚେହେରାଙ୍କ ଉପରେ ଭରସିଛନ୍ତି ନବୀନ । ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଞ୍ଜନ । ତାଙ୍କୁ ମିଳିଛି ଗୁରୁତ୍ୱରୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ପଦ । ଏଥିସହ ବୈଷୟିକ ଶିକ୍ଷା ମନ୍ତ୍ରୀ ପଦ ବି ସମ୍ଭାଳିବେ । ୨୦୦୯ରୁ କ୍ରମାଗତ ତିନି ଥର ବିଧାୟକ ଅଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ତାଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗ । ରୋହିତ ୨୦୧୪ରୁ କ୍ରମାଗତ ଦୁଇ ଥର ବିଧାୟକଙ୍କୁ ନିର୍ବାଚିତ ହୋଇଛନ୍ତି ।

ଅଦଳବଦଳରେ ପୁଣି ଥରେ କ୍ରୀଡ଼ା ଓ ଆଇଟି ବିଭାଗ ମନ୍ତ୍ରୀ ପଦ ବଜାୟ ରଖିଲେ ତୁଷାରକାନ୍ତି ବେହେରା । ଏଥିସହ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । ୨୦୧୯ରେ ପ୍ରଥମ ଥର କାକଟପୁର ଆସନରୁ ବିଧାୟକ ହୋଇଥିଲେ ତୁଷାରକାନ୍ତି । ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ଅଦଳବଦଳରେ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ସେହିପରି ନବୀନଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଆଉ ଜଣେ ଯୁବ ଚେହେରା ଶ୍ରୀକାନ୍ତ ସାହୁ । ତାଙ୍କୁ ମିଳିଛି ଶ୍ରମ ଓ ଇଏସଆଇ ମନ୍ତ୍ରୀ ପଦ । ପୋଲସରାରୁ ଦୁଇ ଥର ବିଧାୟକ । ଗଞ୍ଜାମ ଜିଲ୍ଲା କୋଟାରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।

ଟିମ୍‌ ନବୀନରେ ମହିଳାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌ । ପ୍ରଥମ ଥର ବିଧାୟିକା ହୋଇଥିଲେ । ଅଦଳବଦଳରେ ତାଙ୍କୁ ମନ୍ତ୍ରୀ ପଦ ମିଳିଛି । ମହିଳା ଓ ଶିଶୁ ବିକାଶ ସହ ଗୁରୁତ୍ୱପୂର୍ଣ୍ଣ ମିଶନ ଶକ୍ତି ବିଭାଗ ସମ୍ଭାଳିବେ ବାସନ୍ତୀ ହେମ୍ବ୍ରମ୍‌ ।
ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରେ ଯୁବ ଓ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ଓ ସରୋଜ ମେହେର ସରକାରୀ ଦଳ ଉପମୁଖ୍ୟ ସଚେତକ ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.