EPF ଓ NPS ମଧ୍ୟରେ ଅବସର ପ୍ଲାନିଂ ପାଇଁ କେଉଁଟା ରହିବ ବେଷ୍ଟ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ..
ସମୟ ସହ ବଦଳୁଛି ଆମ ଜୀବନଶୈଳୀ। ଏଭଳିସ୍ଥିତିରେ ରିଟାୟାରମେଣ୍ଟ ପରେ ମାସିକ ମୋଟା ଅଙ୍କର ଅର୍ଥ ସମସ୍ତଙ୍କୁ ଦରକାର ପଡ଼ିଥାଏ। କିନ୍ତୁ ଅବସର ପରେ ଆମଦାନୀ ଅପେକ୍ଷାକୃତ କମିଯାଏ। ଏଣୁ ଅବସର ପରେ ଚିନ୍ତାମୁକ୍ତ ରହିବା ପାଇଁ ସମସ୍ତେ ରିଟାୟାରମେଣ୍ଟ ଫଣ୍ଡରେ ନିବେଶ କରିଥାନ୍ତି। ବିଶେଷଜ୍ଞଙ୍କ ମତରେ ସମସ୍ତଙ୍କୁ ଚାକିରିର ଆରମ୍ଭରୁ ହିଁ ରିଟାୟାରମେଣ୍ଟ ପାଇଁ ସେଭିଂ କରିବା ଜରୁରୀ। ଏହା ଦ୍ୱାରା ୬୦ ବର୍ଷ ବେଳକୁ ମୋଟା ଅଙ୍କର ଟଙ୍କା ଯୋଗାଡ଼ କରିବାରେ ସହଜ ହେବ। ରିଟାୟାରମେଣ୍ଟ ଫଣ୍ଡ ସହ ଜଡ଼ିତ ଅନେକ ଯୋଜନା ରହିଛି। ଏଥିମଧ୍ୟରେ କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ୍) ଓ ନ୍ୟାସନାଲ ପେନ୍ସନ୍ ସିଷ୍ଟମ୍(ଏନ୍ପିଏସ୍)ଆଦି ଯୋଜନା ରହିଛି। ଆସନ୍ତୁ ଜାଣିବା ଏହି ଯୋଜନା ମଧ୍ୟରୁ କେଉଁଟି ସବୁଠୁ ଉତ୍ତମ…
୨୦୨୧ ଫେବୃଆାରୀରୁ ୨୦୨୨ ମଧ୍ୟରେ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ରେ ୧.୧୧ କୋଟି ଲୋକ ଯୋଡ଼ି ହୋଇଥିଲେ। ଏହାସହ ଗତ ବର୍ଷ ୨୦୨୧-୨୨ ରେ ୯୩.୬ ଲକ୍ଷ ଲୋକ ଏନପିଏସ୍ ରେ ଯୋଗ ଦେଇଥିଲେ। ତେବେ ଅଧିକାଂଶ କମ୍ପାନୀ ଇପିଏଫକୁ ବେଶି ଫୋକସ ରଖିଥାନ୍ତି। କିନ୍ତୁ ଏନପିଏସ୍ ଦ୍ୱାରା ମଧ୍ୟ େ ଲାକ ଅଧିକ ଫାଇଦା ପାଇପାରିବେ।
ଇପିଏଫ୍:
ଅଧିକାଂଶ କମ୍ପାନୀ କର୍ମଚାରୀଙ୍କ ପାଇଁ ଇପିଏଫ୍ ବାଧ୍ୟତାମୂଳକ କରିଛନ୍ତି। ଏଥିରେ କର୍ମଚାରୀଙ୍କ ବେସିକ୍ ସାଲାରୀ ଓ ଡିଏର ୧୨ ପ୍ରତିଶତ କର୍ମଚାରୀଙ୍କ ଦ୍ୱାରା ଓ ସମାନ ଅର୍ଥ କମ୍ପାନୀ ତରଫରୁ ଜମା କରାଯାଏ। ଇପିଏଫ୍ରେ ପେନ୍ସନ୍ ନିଧି ମଧ୍ୟ ସାମିଲ ହୋଇଥାଏ। ଅବସର ପରେ କର୍ମଚାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଏ। ବର୍ତ୍ତମାନ ତିନିମାସରେ ଇପିଏଫ୍ରେ ସୁଧହାର ୮. ପ୍ରତିଶତ ମିଳୁଛି। ତେବେ ଜରୁରୀକାଳୀନ ସ୍ଥିତିରେ କର୍ମଚାରୀ ଚାହିଁଲେ ଏହି ଅର୍ଥ ଉଠାଇପାରିବେ।
ଏନ୍ପିଏସ୍:
ଏହି ଫଣ୍ଡରେ ୫ ରୁ ୧୫% ମଧ୍ୟରେ ଇକ୍ୱିଟି ନିବେଶ କରିପାରିବେ। ୨୦୦୪ ମସିହାରେ ମୁଖ୍ୟତଃ ସରକାରୀ କର୍ମଚାରୀଙ୍କ ପାଇଁ ଏନ୍ପିଏସ୍ ଲାଗୁ କରାଯାଇଥିଲା। ପରେ ୨୦୦୯ରେ ସାଧାରଣ ନାଗରିକଙ୍କ ପାଇଁ ଏହାକୁ ଲାଗୁ କରାଗଲା। ନ୍ୟାସନାଲ ପେନ୍ସନ୍ ସ୍କିମ୍ରେ ୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ଲୋକ ନିବେଶ କରିପାରିବେ। ଏହା ମ୍ୟୁଚୁଆଲ ଫଣ୍ଡ ଭଳି କାମ କରେ। ଏଥିପାଇଁ ପ୍ରତି ମାସରେ କିଛି କିଛି ଟଙ୍କା ଜମା କରିବାକୁ ପଡ଼ିଥାଏ।
ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଏହି ଦୁଇଟିରେ କିିଛି କିଛି ନିବେଶ କରିବା ଭଲ ହୋଇଥାଏ। ଇପିଏଫ ଓ ଏନପିଏସ୍ ରେ ଟାକ୍ସ ଛାଡ୍ ପାଇଁ ନିୟମ ରହିଛି। ଦୁଇଟିରେ ହେଉଥିବା ନିବେଶରେ ଆୟକର ଅଧିନିୟମ ୮୦ସି ଅନ୍ତର୍ଗତ ଯୋଗ୍ୟ ଆୟ ରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ଏନପିଏସ୍ ଆପଣ ସେକ୍ସନ ୮୦ସିସି ଡି ଅନ୍ତର୍ଗତ ଅତିରିକ୍ତ ୫୦ ହଜାର ଟଙ୍କାର ଲାଭ ପାଇପାରିବେ।