ସାମୁଦ୍ରିକ ଶାସ୍ତ୍ର: ଆପଣଙ୍କ ହାତ ଆଙ୍ଗୁଠିରୁ ଜାଣନ୍ତୁ କେମିତି ରହିବ ପ୍ରେମ ଜୀବନ, ସାଥୀଙ୍କ ସହ ଭଲରେ ସମୟ କଟିବ କି ନାହିଁ

ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଜାତକ ଦେଖି ଲୋକଙ୍କ ଭବିଷ୍ୟତ ବିଷୟରେ କୁହାଯାଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ରରେ ଲୋକଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଆଧାରରେ ତାଙ୍କ ଆଚାର ଓ ବ୍ୟବହାର ବିଷୟରେ ଜଣାପଡ଼େ। ସାମୁଦ୍ରିକ ଶାସ୍ତ୍ର ରଚନା ବହୁ ଯୁଗ ତଳେ ହୋଇଥିଲା। ଏଥିରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନରୁ ତାଙ୍କ ଭବିଷ୍ୟତ କେମିତି କଟିବ, ସେ ସମ୍ପର୍କରେ ଜଣାପଡ଼େ। ତେବେ ଆସନ୍ତୁ ଜାଣିବା ଆଙ୍ଗୁଠିର ଗଠନରୁ ପ୍ରେମ ସମ୍ବନ୍ଧ ସମ୍ପର୍କରେ ସାମୁଦ୍ରିକ ଶାସ୍ତ୍ରରେ କ’ଣ କୁହାଯାଇଛି। ଆଙ୍ଗୁଠି କେମିତି ହୋଇଥିଲେ ବ୍ୟକ୍ତିଙ୍କ ପ୍ରେମ ଜୀବନ ଭଲରେ କଟିବ ସେ ସମ୍ପର୍କରେ…

ଆଙ୍ଗୁଠି ମୋଟା ଓ ଛୋଟ ହୋଇଥିଲେ:

କୁହାଯାଏ, ଯଦି ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠି ଛୋଟ ଓ ମୋଟା ହୋଇଥାଏ, ତେବେ ତାଙ୍କୁ ବହୁ କଷ୍ଟରେ ପ୍ରେମ ମିଳେ। ଏମାନେ ଅଧିକ ଦେଖେଇ ହୋଇଥାନ୍ତି କିନ୍ତୁ କମ୍‌ ଇମୋସନାଲ ହୋଇଥାନ୍ତି। ଏଣୁ ଏମାନଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ଯାଏଁ ତିଷ୍ଠି ନଥାଏ। ଆଉ ଯଦି ଏମାନଙ୍କ ପ୍ରେମ ସମ୍ପର୍କ ଗଢ଼ି ବି ଉଠେ, ତେବେ ତାହା ଅଧିକ ଦିନ ବିଶ୍ୱାସ ଜନ୍ମାଇପାରେ ନାହିଁ।

ଆଙ୍ଗୁଠି ପତଳା ଓ ଲମ୍ବା ହୋଇଥିଲେ:

ଯେଉଁ ଲୋକଙ୍କ ଆଙ୍ଗୁଠି ପତଳା ଓ ଲମ୍ବା ହୋଇଥାଏ, ସେମାନଙ୍କର ଅଧିକ ପ୍ରେମ ସମ୍ପର୍କ ଥାଏ। ଏମାନଙ୍କୁ ସହଜରେ କାହା ସହ ବି ପ୍ରେମ ହୋଇଯାଏ। ଏମାନେ ପ୍ରେମ କରିବା ପୂର୍ବରୁ ଅଧିକ ଚିନ୍ତା କରି ନଥାନ୍ତି। ଏଥିସହ ଏମାନେ ସହଜରେ ଅନ୍ୟ ଉପରେ ବିଶ୍ୱାସ କରିଥାନ୍ତି। ଏମାନଙ୍କର ପ୍ରେମ ବିବାହ ହୋଇଥାଏ।

ଆଙ୍ଗୁଠି ପତଳା ଓ ଛୋଟ ହୋଇଥିଲେ:

ଯେଉଁମାନଙ୍କର ହାତ ଆଙ୍ଗୁଠି ପତଳା କିମ୍ବା ଲମ୍ବା ହୋଇନଥାଏ ସେମାନେ ପ୍ରେମ ଦୃଷ୍ଟି କୋଣରୁ ବହୁ ଭାଗ୍ୟଶାଳୀ ହୋଇଥାନ୍ତି। ସାମୁଦ୍ରିକ ଶାସ୍ତ୍ରରେ ବିଦ୍ୱାନ ବ୍ୟକ୍ତି କୁହନ୍ତି ଯେ ଏଭଳି ବ୍ୟକ୍ତି ନିଜ ପାଇଁ ବୁଦ୍ଧିମାନ ଓ ଭଲ ବ୍ୟକ୍ତିତ୍ୱର ବ୍ୟକ୍ତି ଚୟନ କରିଥାନ୍ତି। କୁହାଯାଏ, ଏମାନଙ୍କ ଭିତରେ ଭଲ ମନ୍ଦର ଅଧିକ ଜ୍ଞାନ ଥାଏ।

ଆଙ୍ଗୁଠି ପଛ ଆଡ଼କୁ ମୋଡ଼ି ହେଉନଥିଲେ:

କୁହାଯାଏ ଯେଉଁ ବ୍ୟକ୍ତିଙ୍କ ହାତର ଆଙ୍ଗୁଠି ପଛ ଆଡ଼କୁ ମୋଡ଼ି ହୁଏ ନାହିଁ, ସେମାନେ ଖୁବ୍‌ କମ୍‌ ଇମୋସନାଲ ହୋଇଥାନ୍ତି। ଏହି କାରଣରୁ ସେମାନଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରେ ନାହିଁ। ଏମାନେ ଅନେକ ଦିନ ଯାଏଁ ଜୀବନ ସାଥୀ ଖୋଜିଥାନ୍ତି।

Also Read: କପଡ଼ାରେ ଧୋନି ଓ ଜିଭାଙ୍କର ଖାସ୍‌ ଚିତ୍ର ଆଙ୍କିଥିଲେ ଚିତ୍ରକର, ଜାଣିବା ପରେ ନିଜେ ଦୋକାନକୁ ଯାଇ କିଣି ଆଣିଲେ ମାହି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.