କପଡ଼ାରେ ଧୋନି ଓ ଜିଭାଙ୍କର ଖାସ୍‌ ଚିତ୍ର ଆଙ୍କିଥିଲେ ଚିତ୍ରକର, ଜାଣିବା ପରେ ନିଜେ ଦୋକାନକୁ ଯାଇ କିଣି ଆଣିଲେ ମାହି

ଆଇପିଏଲ୍‌ର ସବୁଠୁ ସଫଳ କ୍ୟାପ୍‌ଟେନ୍‌ଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଫ୍ୟାନ୍‌ଙ୍କ ମନ ଜିତି ଯାଇଛନ୍ତି। ତାମିଲନାଡ଼ୁର ଇରୋଡ୍‌ରେ ଜଣେ ହ୍ୟାଣ୍ଡଲୁମ୍‌ କାରିଗର ଧୋନି ଓ ତାଙ୍କ ଝିଅ ଜିଭାଙ୍କର ଏକ ଫଟୋକୁ ନିଜ ହାତରେ ତିଆରି କରିଛନ୍ତି। ମାହିଙ୍କୁ ଏହି ଫଟୋ ଏତେ ପସନ୍ଦ ଆସିଥିଲା ଯେ ସେ ନିଜେ ଏହାକୁ କିଣିଛନ୍ତି। ଧୋନିଙ୍କର ଏହି ଚିତ୍ର ସହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଚିତ୍ର ପ୍ରଥମେ ରେଳ ଓ ହସ୍ତତନ୍ତ ମନ୍ତ୍ରୀ ଦର୍ଶାନା ଜରଦୋଶ ସେୟାର କରିଥିଲେ। ସୋସିଆଲ ମିଡିଆରେ ଏହି ଚିତ୍ରର ଫଟୋ ସେୟାର କରି ମନ୍ତ୍ରୀ ଲେଖିଥିଲେ- ମିଷ୍ଟର ଅପ୍ପୁସାମୀ, ଜଣେ ବୁଣାକାର। ସେ ଇରାଡ଼ରେ ହ୍ୟାଣ୍ଡ୍‌ଲୁମ୍‌ ଷ୍ଟଲ ଚଲାନ୍ତି। ସେ କ୍ରିକେଟ୍‌ର ଜଣେ ବଡ଼ ଫ୍ୟାନ୍‌। ସେ କପଡ଼ାରେ ଆର୍ଟ ଓ୍ଵାର୍କ କରି ଏମ୍‌ଏସ୍‌ ଧୋନି ଓ ତାଙ୍କ ଝିଅ ସହ ଚିତ୍ର ଆଙ୍କିଛନ୍ତି। ଧୋନି ଏ ନେଇ ଜାଣିବା ପରେ ନିଜେ ଷ୍ଟଲରେପହଞ୍ଚି ଫଟୋଟିକୁ କିଣିଛନ୍ତି।


ଜରଦୋଶ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରୁ ୪ଟି ଫଟୋ ସେୟାର କରିଛନ୍ତି। ସେଥି ମଧ୍ୟରୁ ଗୋଟିଏରେ ଧୋନି ଉକ୍ତ ଚିତ୍ରକୁ ଧରିଛନ୍ତି, ଯେଉଁଥିରେ ତାଙ୍କର ଓ ଝିଅ ଜିଭାର ଫଟୋ ଅଙ୍କାଯାଇଛି। ଏହି ଚିତ୍ରକୁ ଧଳା ରଙ୍ଗର ଏକ କପଡ଼ାରେ ନୀଳ ରଙ୍ଗରେ ତିଆରି କରାଯାଇଛି। କପଡ଼ାର ଏକ କଡ଼ରେ ଫ୍ରେମ୍‌ ଭିତରେ ଥାଲା ମଧ୍ୟ ଲେଖାଯାଇଛି। ଏହା ବ୍ୟତୀତ ୩ଟି ଫଟୋରେ ହ୍ୟାଣ୍ଡଲୁମ୍‌ ଷ୍ଟଲ ଓ ଅପ୍ପୁସାମୀ ମଧ୍ୟ ନଜର ଆସିଛନ୍ତି।

Also Read: କ୍ଷତାକ୍ତ ଅବସ୍ଥାରେ ମୁଣ୍ଡରେ ପଟି, ‘ଯବାନ’ର ପ୍ରଥମ ପୋଷ୍ଟର ରିଲିଜ୍‌ କଲେ ଶାହାରୁଖ ଖାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.