ଜାଣନ୍ତୁ ସେମିକଣ୍ଡକ୍ଟର ଚିପ୍ ଫିଚର୍ ଓ ଏହାର ବ୍ୟବହାର
ଆପଣ ଜାଣିଛନ୍ତି ଫୋନ୍ ହେଉ କିମ୍ବା କମ୍ପ୍ୟୁଟର କିମ୍ବା କୌଣସି ଇଲେକଟ୍ରୋନିକ୍ସ ଜିନିଷ। ପ୍ରାୟ ସବୁଥିରେ ରହିଥାଏ ଚିପ୍। ଯାହାକି ଏହାର ମୁଖ୍ୟ ଜିନିଷ। ଯଦି ଆପଣ କୌଣସି ଫୋନ୍ ବ୍ୟବହାର କରୁଛନ୍ତି ଓ ଏଥିରେ ଚିପ୍ ରହୁନି ତେବେ ଏହାର କୌଣସି ମୂଲ୍ୟ ନାହିଁ। ତେବେ ଏହି ଚିପ୍ ର ଅନେକ ବ୍ଯବହାର ରହିଛି। ଆପଣ ସେମିକଣ୍ଡକ୍ଟର ଚିପ୍ ବିଷୟରେ ମଧ୍ୟ ଶୁଣିଥିବେ। ଯାହା ବିଷୟରେ ଆମେ ଆଜି ଜାଣିବା ଏହି ଭିଡ଼ିଓରେ।
ସେମିକଣ୍ଡକ୍ଟର ଏକ ମୂଲ୍ୟବାନ ପଦାର୍ଥ, ଯାହା ମଧ୍ୟରେ ବିଦ୍ୟୁତର ସୁଚାଳକ ଓ କୁଚାଳକ ଗୁଣ ରହୁଥାଏ। ଏହି ଚିପ ବିଦ୍ୟୁତର ପ୍ରବାହକୁ ନିୟନ୍ତ୍ରଣ କରିବା କାମ କରେ। ଏହି ଚିପ୍ ର ତିଆରି ଖାସ୍ ସିଲିକନରେ ହୋଇଥାଏ। ଏହାକୁ ତିଆରି କରାଯିବା ସମୟରେ ଅତି ସଚେତନତାର ସହିତ କରାଯାଏ। କାରଣ ଏହା ଇଲେକ୍ଟ୍ରି କଣ୍ଟ୍ରୋଲ କରେ।
ଏଥିରେ ଅନେକ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଡୋପିଂକୁ ମିଶାଯାଏ, ଯାହାକି ସୁଚାଳକ ଗୁଣରେ ପରିବର୍ତ୍ତନ ଆଣିପାରିବ। ଡୋପିଂକୁ କରିବା ଦ୍ୱାରା ଏହାର ଅତି ଦରକାରୀ ଗୁଣର ବିକାଶ ହୁଏ। ଏହାକୁ ବ୍ୟବହାର କରି ବିଦ୍ୟୁତ୍ ସର୍କିଟ ଚିପ୍ ତିଆରି କରାଯାଏ।
ଅନେକ ହାଇଟେକ୍ ଉପକରଣରେ ଚିପକୁ ଇନ୍ଷ୍ଟଲ କରାଯାଏ। ସେମିକଣ୍ଡକ୍ଟର ଚିପ୍ ଦ୍ଵାରା ହିଁ ଡାଟା ପ୍ରୋସେସିଙ୍ଗ ହୁଏ। ଏହି କାରଣରୁ ଏହାକୁ ଇଲେ୍ଟ୍ରୋନିକ୍ ଡିଭାଇସର ହେଡ୍ କୁହାଯାଏ। ଆଜିର ଆଧୁନିକ ଯୁଗରେ କାର୍ ଠାରୁ ଆରମ୍ଭ କରି ପ୍ରତ୍ୟେକ ଇଲେ୍ଟ୍ରୋନିକ୍ ଡିଭାଇସରେ ଏହାର ବ୍ୟବହାର କରାଯାଉଛି।