କ୍ଷତାକ୍ତ ଅବସ୍ଥାରେ ମୁଣ୍ଡରେ ପଟି, ‘ଯବାନ’ର ପ୍ରଥମ ପୋଷ୍ଟର ରିଲିଜ୍ କଲେ ଶାହାରୁଖ ଖାନ୍
ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହୋଇଛନ୍ତି କିଙ୍ଗ୍ ଖାନ୍ ଶାହାରୁଖ ଖାନ୍। ଶାହାରୁଖ୍ ନିଜ ଅଗାମୀ ଫିଲ୍ମ ‘ଯବାନ’କୁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହାର ଟିଜର ରିଲିଜ୍ କରିବାର ଦିନକ ପରେ ଶାହାରୁଖ ଫିଲ୍ମର ପ୍ରଥମ ପୋଷ୍ଟରକୁ ବି ଦର୍ଶକଙ୍କ ସହ ସେୟାର କରିଛନ୍ତି। ଏହି ଫିଲ୍ମକୁ ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟର ସ୍ପେଶାଲ ପ୍ରୋଜେକ୍ଟ ବୋଲି କୁହାଯାଉଛି। ପୋଷ୍ଟରରେ ଶାହାରୁଖଙ୍କୁ କ୍ଷତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟରକୁ ଶାହାରୁଖ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଏଥିସହ ସେ ଫିଲ୍ମ ନିର୍ମାତାଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।
ଦେଖନ୍ତୁ ପୋଷ୍ଟର:
View this post on Instagram
ଯବାନ୍ରେ ନିର୍ଦ୍ଦେଶନା ଦେଉଛନ୍ତି ଏଟଲୀ। ଏଟଲୀ ହେଉଛନ୍ତି ସାଉଥ୍ର ଜଣାଶୁଣା ନିର୍ଦ୍ଦେଶକ। ସେ ଅନେକ ବ୍ଲକ ବ୍ଲଷ୍ଟର ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ହିଟ୍ ଫିଲ୍ମ ମଧ୍ୟରେ ରାଜା ରାନୀ, ଥେରୀ, ମର୍ସଲ ଓ ବିଗିଲ ଭଳି ଅନେକ ଫିଲ୍ମ ରହିଛି। ଏବେ ଏଟଲୀ ଶାହାରୁଖ ଖାନ୍ଙ୍କ ସହ ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି।
ଏହି ଫିଲ୍ମକୁ ନେଇ ଅନେକ କଥା କୁହାଯାଉଥିବା ବେଳେ ଏବେ ଫିଲ୍ମରେ କିଙ୍ଗ୍ ଖାନ୍ଙ୍କ ଲୁକ୍ ସାମ୍ନାକୁ ଆସିଛି। ଫାଷ୍ଟ ଲୁକ୍ରେ ଶାହାରୁଖ ଏକ ରଫ୍ ବ୍ୟାକ୍ ଗ୍ରାଉଣ୍ଡରେ କ୍ଷତାକ୍ତ ଅବସ୍ଥାରେ ଦେହରେ ମୁଣ୍ଡରେ ପଟି ବାନ୍ଧି ବସିଛନ୍ତି। ଏହି ଫିଲ୍ମ ୨ ଜୁନ୍ ୨୦୨୩ ରେ ସାରା ବିଶ୍ୱରେ ୫ ଭାଷାରେ ରିଲିଜ୍ ହେବ। ଫିଲ୍ମକୁ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡ଼ ଭାଷାରେ ରିଲିଜ୍ କରାଯିବ।
ଦେଖନ୍ତୁ ଟିଜର:
View this post on Instagram
ଯବାନ୍ ଫିଲ୍ମ ବିଷୟରେ ଆଲୋଚନା କରିବା ଅବସରରେ ଶାହାରୁଖ ଖାନ୍ କହିଛନ୍ତି, ଯବାନ ଏକ ୟୁନିଭର୍ସାଲ କାହାଣୀ, ଯାହା ଭାଷା ଓ ଭୌଗୋଳିକ କ୍ଷେତ୍ରରୁ ଊର୍ଦ୍ଧ୍ୱରେ। ଏହା କେବଳ ସମସ୍ତଙ୍କ ଖୁସି ପାଇଁ। ଏହି ନିଆରା ଫିଲ୍ମକୁ ତିଆରି କରିବା ପାଇଁ ସବୁ ଶ୍ରେୟ ଏଟଲୀଙ୍କୁ ଯାଉଛି। ଏହା ମୋ ପାଇଁ ଏକ ସୁନ୍ଦର ଅନୁଭବ। କାରଣ ମୋତେ ଆକ୍ସନ୍ ଫିଲ୍ମ ପସନ୍ଦ। ଟିଜର କେବଳ ଏକ ଆରମ୍ଭ, ଯାହା ଆସନ୍ତା ସମୟରେ ଝଲକ୍ ଦେଇଥାଏ।
ଏହି ଫିଲ୍ମର ଘୋଷଣା ସହ ଶାହାରୁଖ ଖାନ୍ ଆସନ୍ତା ବର୍ଷ ୩ଟି ଫିଲ୍ମ ଡଙ୍କି, ପଠାନ୍ ଓ ଏବେ ଯବାନ ଫିଲ୍ମ ନେଇ ଆସୁଛନ୍ତି।
Also Read: ୫୧ ବର୍ଷରେ ପାଦ ଦେଲେ ଯୋଗୀ ଆଦିତ୍ୟନାଥ, ଉତ୍ସବ ପାଇଁ ତିଆରି ହେଉଛି ୫୧୦୦ କେଜିର ଲଡୁ