ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ଲବଙ୍ଗ, ଏହିପରି କରନ୍ତୁ ସେବନ

ଆଜିକା ସମୟରେ ବୃଦ୍ଧବୃଦ୍ଧାଙ୍କ ସହ ଯୁବଗୋଷ୍ଠୀ ବି ଦ୍ରୁତ ଗତିରେ ଡାଇବେଟିସ୍‌ କବଳକୁ ଆସି ଯାଉଛନ୍ତି, ଯାହାର ମୁଖ୍ୟ କାରଣ ହେଉଛି ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଭୁଲ୍‌ ଖାଦ୍ୟପେୟ। ଏହା ଏମିତି ଏକ ରୋଗ, ଯାହାକୁ ମୂଳପୋଛ କରାଯାଇ ପାରିବ ନାହିଁ, କିନ୍ତୁ ଏହାକୁ ନିଶ୍ଚୟ ନିୟନ୍ତ୍ରଣକୁ ଅଣାଯାଇ ପାରିବ। ଏମିତିରେ ଯଦି ଆପଣ ବ୍ଲଡ୍‌ ସୁଗାର ଲେବଲ କମ୍‌ କରିବାକୁ ଚାହୁଁଛନ୍ତି, ତ ଔଷଧ ବ୍ୟତୀତ କିଛି ଘରୋଇ ଉପଚାର ମଧ୍ୟ ଆପଣାଇ ପାରିବେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଘରେ ଥିବା ଲବଙ୍ଗ ହିଁ ଡାଇବେଟିସ୍‌ ଉପଚାର ପାଇଁ ବେଶ୍‌ ଲାଭଦାୟକ ହୋଇପାରିବ। ବ୍ଲଡ୍‌ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ଲବଙ୍ଗ ବ୍ୟବହାର କରି ପାରିବେ। ଆସନ୍ତୁ ଜାଣିବା, ଲବଙ୍ଗ କିଭଳି ଭାବେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ତେବେ ମନେ ରଖନ୍ତୁ, ଲବଙ୍ଗ ସେବନ କରିବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମଧୁମେହ ରୋଗୀଙ୍କ ପାଇଁ ଲବଙ୍ଗର ବ୍ୟବହାର

-ପ୍ରଥମେ ଏକ ଗ୍ଲାସ୍‌ ପାଣି ନେଇ ସେଥିରେ ୮ରୁ ୧୦ଟି ଲବଙ୍ଗ ସିଝାନ୍ତୁ।

-ଏହାପରେ ସେହି ପାଣିରୁ ଲବଙ୍ଗଗୁଡ଼ିକୁ ବାହାର କରି ଦିଅନ୍ତୁ।

-ପୁଣି ସେହି ପାଣିକୁ ସେବନ କରନ୍ତୁ।

-ଡାଇବେଟିସ୍‌ ରୋଗୀ ଏହାକୁ ଅତି କମ୍‌ରେ ୩ ମାସ ପର୍ଯ୍ୟନ୍ତ ସେବନ କରିବା ଉଚିତ। ଏମିତି କରିବା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ ନିୟନ୍ତ୍ରଣ ହୋଇପାରେ।

ଜାଣନ୍ତୁ ଲବଙ୍ଗର ଅନ୍ୟାନ୍ୟ ଫାଇଦା

-ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ। ତେଣୁ ଲବଙ୍ଗ ଥିବା ପେଷ୍ଟକୁ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି।

-ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ଲବଙ୍ଗ ସେବନ କରିବା ଉଚିତ।

-ଏହା ଶରୀରରେ ଥଣ୍ଡା, ସର୍ଦ୍ଦିକୁ କମାଇଥାଏ। ମହୁ ସହିତ ଏହାକୁ ଆପଣ ଖାଇ ପାରିବେ।

-ଲୋକଙ୍କ ଷ୍ଟ୍ରେସ କମାଇବାରେ ଏହା ସାହାଯ୍ୟ କରିଥାଏ। ଲବଙ୍ଗ ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ।

-ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ।

ତେବେ ଜାଣି ରଖନ୍ତୁ, କେବେ ବି ଆପଣ ଅତ୍ୟଧିକ ଲବଙ୍ଗ ସେବନ କରିବେ ନାହିଁ।

ଆସନ୍ତୁ ଜାଣିବା ଏହାର ହାନିକାରକ ପ୍ରଭାବ

-ଅତ୍ୟଧିକ ଲବଙ୍ଗ ସେବନ କଲେ ଅନ୍ତଃନଳୀ ଉପରେ ଖରାପ ପ୍ରଭାବ ପଡ଼ିପାରେ।

-ଶରୀରରେ ଜ୍ୱଳନ ସମସ୍ୟା ଦେଖା ଦେଇପାରେ।

-ରକ୍ତ ପତଳା ହୋଇଯାଏ।

-ଆଲର୍ଜି ହେବାର ସମ୍ଭାବନା ଥାଏ।

-ଏହାକୁ ଅଧିକ ଖାଇଲେ ଏହା ଶରୀରକୁ ଗରମ କରିଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.