୨୦୩୦ ସୁଦ୍ଧା ଆସିବ 6G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ହେବ ଟେକ୍ନୋଲୋଜିରେ ପରିବର୍ତ୍ତନ
ଆଜିର ଯୁଗରେ ଖୁବ୍ ଆଗଉଛି ଟେକ୍ନୋଲୋଜି। କହିବାକୁ ଗଲେ 2G ରୁ 3G ଓ 4G ହେଲା ପରେ ଏବେ 5G ଓ 6G ଟେକ୍ନୋଲୋଜି ପାଇଁ କାମ ଚାଲିଛି। ଏହା ପରେ ଭାରତରେ ମଧ୍ୟ ଏହାର ଅଗ୍ରଗତି ହେଉଛି। ଟେକ୍ନୋଲୋଜି ଆଡାପ୍ଟର ପରି ସ୍ମାର୍ଟ ଫୋନ୍ ବ୍ୟବହାର ମଧ୍ୟ ଅଧିକ ମାତ୍ରାରେ ବଢୁଛି। ଏହା ପୁଣି ଏବେ ବଡ଼ ଓ ଛୋଟ ସହରରୁ ଆରମ୍ଭ କରି ଗାଁରେ ଅଧିକ ମାତ୍ରାରେ ବ୍ୟବହାର ହେଉଛି। ଏହାରି ମଧ୍ୟରେ ରିପୋର୍ଟ ଆସୁଛି ୬ ଜି ବିଷୟରେ।
ବର୍ତ୍ତମାନ ଭାରତ ଭଳି ଦେଶରେ 4G ସଂଯୋଗ ଅଛି। ତେବେ ଆପଣ କେବେ ୬ ଜି ବିଷୟରେ ଚିନ୍ତା କରିଛନ୍ତି କି ? ହୁଏତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିବା। ୨୦୨୩ ମସିହାରେ 5G ସେବା ଆରମ୍ଭ ହେବାର ଏକ ସମ୍ଭାବନା ଅଛି। ଯେତେବେଳେ କି ୨୦୩୦ ମସିହା ସୁଦ୍ଧା 6G ଆରମ୍ଭ ହୋଇପାରିବ।
ଯଦି ଆମେ ଭାରତ ବିଷୟରେ କଥା ହେଉ, ତେବେ ଉଭୟ 3G ଏବଂ 4G ସେବା ଏଠାରେ ସୁରୁଖୁରୁରେ ଚାଲୁଛି। ଯାହାର ସୁବିଧା ଅନେକ ଲୋକ ପାଉଛନ୍ତି। 5G ଆସିବା ପରେ ମଧ୍ୟ 4G ସେବା ଜାରି ରହିବ। ଭାରତ ପରି ଦେଶରେ ଆଜି ବି ପ୍ରାୟ ୩୨ କୋଟି ଲୋକ ଫିଚର ଫୋନ୍ ବ୍ୟବହାର କରୁଛନ୍ତି, ଏଭଳି ପରିସ୍ଥିତିରେ ଭାରତ ପରି ଦେଶରେ ୨୦୩୦ ସୁଦ୍ଧା ସ୍ମାର୍ଟଫୋନର ଆବଶ୍ୟକତା ଅଧିକ ହିଁ ହୋଇପାରେ।
ସ୍ମାର୍ଟଫୋନ୍ ଉପରେ ନିର୍ଭରଶୀଳତା ହ୍ରାସ ହୋଇପାରେ ବୋଲି କୁହାଯାଉଛି କାରଣ ଏହାକୁ ଏବେ ଟକ୍କର ଦେଉଛି ସ୍ମାର୍ଟ ୱାଚ। ହେଲେ ୬ ଜି ଆସିବା ପରେ ମଧ୍ୟ ଫୋନ୍ ବ୍ୟବହାର ଅଧିକ ରହିବ ବୋଲି ଫୋନ୍ କମ୍ପାନୀ କହିଛି।କିନ୍ତୁ ଏହା ମଧ୍ୟ କୁହାଯାଉଛି ଯେ ବର୍ତ୍ତମାନ ସ୍ମାର୍ଟଫୋନର ଅଧିକାଂଶ କାମ ଏକ ମହଙ୍ଗା ସ୍ମାର୍ଟ ୱାଚ୍ କରିପାରୁଛି। ଏମିତିକି ଏବେ ସ୍ମାର୍ଟ ୱାଚରେ ମେସେଜିଂ ଭଳି ସମସ୍ତ ପ୍ରକାର କାର୍ଯ୍ୟ ସମ୍ଭବ। କିନ୍ତୁ ଯଦି ସ୍ମାର୍ଟଫୋନ୍ ବିଷୟରେ କୁହାଯାଏ ତେବେ ଆଗକୁ ଯେହେତୁ ୬ଜି ଆସିବ ଏହାର ବ୍ୟବହାର ଅଧିକ ବଢିବ। ଅନେକ ପର୍ଯ୍ୟାୟରେ ଟେକ୍ନୋଲୋଜି ଗ୍ରହଣ କରାଯିବ। 6G ଟେକ୍ନୋଲୋଜି ଗ୍ରହଣ କରିବା ଭାରତ ଭଳି ଦେଶରେ ଅନେକ ପର୍ଯ୍ୟାୟରେ ପରିବର୍ତ୍ତନ ଘଟିବ।
ବର୍ତ୍ତମାନ ବିଶ୍ବରେ ୬. ୬୮ ବିଲିୟନ ସ୍ମାର୍ଟଫୋନ୍ ଅଛି। କହିବାକୁ ଗଲେ ବର୍ତ୍ତମାନ ବିଶ୍ବରେ ୮୩.୭୨ ପ୍ରତିଶତ ସ୍ମାର୍ଟଫୋନ୍ ଅଛି ଲୋକଙ୍କ ତୁଳନାରେ। ଦୁନିଆରେ 7.26 ବିଲିୟନ ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି, ଯାହାକି ଜନସଂଖ୍ୟାର ପ୍ରାୟ 91.54 ପ୍ରତିଶତ। ତେବେ ଆଗକୁ ୬ଜି ଆସିଲେ କେଉଁ କେଉଁ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହେବ ତାହା ଦେଖିବାକୁ ବାକି ରହିଲା।