ବ୍ରେକଫାଷ୍ଟ ପାଇଁ ଫଟାଫଟ ବନାନ୍ତୁ ଅଣ୍ଡା ମଖାନୀ, ପିଲାଙ୍କୁ ଲାଗିବ ବହୁତ ପସନ୍ଦ

ଅଧିକାଂଶ ପିଲା ଅଣ୍ଡା ଖାଇବାକୁ ନାକ ଟେକନ୍ତି । ଅଣ୍ଡାର ବାସ୍ନା ବହୁ ପିଲାଙ୍କୁ ଭଲ ଲାଗିନଥାଏ । ହେଲେ ପିଲାଙ୍କ ପାଇଁ ଏହିପରି ବନାନ୍ତୁ ଅଣ୍ଡା ମଖାନୀ । ଯାହା ପିଲାଙ୍କୁ ବହୁତ ଭଲ ଲାଗିବ । ବିନା ଅସୁବିଧାରେ ଏହାକୁ ପିଲା ଖୁସି ହୋଇ ଖାଇବେ । ଏହାକୁ ପ୍ରସ୍ତୁତି ପାଇଁ ବେଶୀ ସମୟ ବି ଲାଗିବ ନାହିଁ । ଆସନ୍ତୁ ଜାଣିବା କିପରି ବନାଇବା ଅଣ୍ଡା ମଖାନୀ ।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ –

୪ ସିଝା ଅଣ୍ଡା

୨ ବଡ଼ ଚାମଚ କ୍ରିମ୍‌

୧ ଛୋଟ ଚାମଚ ଧନିଆ ପାଉଡର

୧ ୧/୪ ଛୋଟ ଚାମଚ ଗରମ ମସଲା

୩ ଲବଙ୍ଗ ଓ ରସୁଣ

୨ କଟା ହୋଇଥିବା କଞ୍ଚା ଲଙ୍କା

ଆବଶ୍ୟକ ଅନୁସାରେ ଲୁଣ

୨ ବଡ଼ ଚାମଚ କଟାହୋଇଥିବା ଧନିଆ ପତ୍ର

୧ ଛୋଟ ଚାମଚ ମଖନ

୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର

୧/୪ ବଡ଼ ଚାମଚ ଜିରା

୧ ଇଞ୍ଚ ଅଦା

୧ କଟା ହୋଇଥିବା ପିଆଜ

୨ କଟା ହୋଇଥିବା ଟମାଟର

ଆବଶ୍ୟକ ଅନୁସାରେ ଲୁଣ

୧ ବଡ଼ ଚାମଚ ଘିଅ

ପ୍ରସ୍ତୁତି ବିଧି –

ଏକ ଗ୍ରାଇଣ୍ଡରରେ ଅଦା, କଞ୍ଚା ଲଙ୍କା, ରସୁଣ ପକାଇ ଏକ ପେଷ୍ଟ କରନ୍ତୁ । ଏକ ପ୍ୟାନରେ ଘିଅ ଗରମ କରନ୍ତୁ । ଏଥିରେ ପିଆଜ ପକାଇ ସୁନେଲି ରଂଗ ହେବା ଯାଏ ଭାଜନ୍ତୁ । ଏବେ ଅଦା ରସୁଣ ପେଷ୍ଟ ପକାନ୍ତୁ । ଏଥିରେ କଟାହୋଇଥିବା ଟମାଟର ପକାନ୍ତୁ । ଏହାକୁ ନରମ ଆଞ୍ଚରେ ଭାଜନ୍ତୁ । ଚାହିଁଲେ ଏଥିରେ ଆଳୁ ପକାଇ ପାରିବେ । ମସଲା ଭଳ ଭାବେ କଷି ହୋଇଯିବା ପରେ ଏଥିରେ (ଲଙ୍କା ପାଉଡର, ଗରମ ମସଲା, ଧନିଆ ପାଉଡର, ଲୁଣ ଓ କଳା ମରିଚ) ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।

ଏବେ ଏଥିରେ ୧ କପ ପାଣି ଦେଇ ମଧ୍ୟମ ଆଞ୍ଚରେ ୫ ମିନିଟ ଯାଏ ସିଝିବାକୁ ଦିଅନ୍ତୁ । ମସଲାରୁ ତେଲ ବାହାରିଲେ ଏଥିରେ ଡବଲ ଅଣ୍ଡା ପକାନ୍ତୁ । ଏହାକୁ ଧିମା ଆଞ୍ଚରେ ୫ ମନିଟ ଯାଏ ସିଝାନ୍ତୁ । ଯେବେ ଏହା ଭଲ ଭାବେ ସିଝି ଯିବ, ଏହା ଉପରେ କ୍ରିମ ପକାନ୍ତୁ । ଏହା ଉପରେ ମଖନ ଓ ସବୁଜ ଧନିଆ ପତ୍ର ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଣ୍ଡା ମଖାନୀ । ଏହାକୁ ଏବେ ଗରମ ଗରମ ପରଠା କିମ୍ବା ରୁଟି ସହ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.