Below header

କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ରାୟଗଡ଼ା ଆସିଷ୍ଟାଣ୍ଟ କଲେକ୍ଟର ଶିବ ପ୍ରସାଦ ପାଣିଗ୍ରାହୀ ?

ରାୟଗଡ଼ା (କେ ନ୍ୟୁଜ୍‌) : ଏମିତି କଣ ହେଲା ଯେ ରାୟଗଡ଼ା ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ଆତ୍ମହତ୍ୟା କଲେ ? ଏଇ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଚର୍ଚ୍ଚା ହେଉଛି ଆସିଷ୍ଟାଣ୍ଟ କଲେକ୍ଟର ଶିବ ପ୍ରସାଦ ପାଣିଗ୍ରାହୀ ଅତ୍ୟଧିକ ମାନସିକ ଚାପରେ ଥିଲେ । ତେଣୁ ମେଞ୍ଚାଏ କ୍ଲୋରୋକୁଇନ୍‌ ବଟିକା ଖାଇ ଜୀବନ ହାରିଦେଲେ । ଯଦିଓ ତାଙ୍କ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଏବେବି ସ୍ପଷ୍ଟ ହୋଇ ନାହିଁ, ତଥାପି କାମର ଚାପ ଯୋଗୁଁ ସେ ଏଭଳି କରିଥାଇ ପାରନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଏମିତିକି କିଛି ବରିଷ୍ଠ ଅଧିକାରୀ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିଲେ ବୋଲି ସେ ଘର ଲୋକଙ୍କୁ କହିଥିଲେ । ତେଣୁ ସଠିକ୍‌ ତଦନ୍ତ ହେଲେ ଶିବ ପ୍ରସାଦଙ୍କ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିବ ।
ଶିବ ପ୍ରସାଦ ନିଜ ପରିବାର ସହ ରାଣୀଗୁଡ଼ା ତ୍ରିନାଥ ମନ୍ଦିର ସାହିରେ ରହୁଥିଲେ । ରବିବାର ସକାଳେ ସେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ଓ ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ରାୟଗଡ଼ା ସଦର ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ତାଙ୍କର ପତ୍ନୀ ଓ ତିନିଟି ଝିଅ ଅଛନ୍ତି ।
ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶିବ ପ୍ରସାଦ ଅତ୍ୟଧିକ କାମ ଚାପ ଯୋଗୁଁ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କୁ ମଧ୍ୟ ସେଭଳି କିଛି ବଡ଼ ଦାୟିତ୍ୱ ଦିଆଯାଇ ନଥିଲା ବୋଲି ଅନ୍ୟ ଅଧିକାରୀ କହିଛନ୍ତି ।
ଯାହା କିଛି ପ୍ରଶ୍ନ ଆଗକୁ ଆସୁଛି ସେଥିରେ ରହିଛି ୧-ହୁଏତ କାମର ଚାପ କିମ୍ବା ବରିଷ୍ଠ ଅଧିକାରୀଙ୍କ ମାନସିକ ନିର୍ଯାତନାକୁ ଶିବ ପ୍ରସାଦ ସହି ପାରି ନାହାନ୍ତି । ୨-ହୁଏତ ସେ ନିଜେ ଜଣେ ଅତି ଭଦ୍ର ଓ ନମ୍ର ବ୍ୟକ୍ତି ହୋଇଥିବାରୁ କାମର ଚାପକୁ ଠିକ୍‌ ଭାବେ ସାମନା କରି ପାରି ନାହାନ୍ତି । ୩-କିଛି ପାରିବାରିକ ସମସ୍ୟା ହୁଏତ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥାଇ ପାରେ । ୪-ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ନାହିଁ ତ?
ତେଣୁ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପରିବାର ଏକ ଅଫିସ୍‌ ଲୋକଙ୍କ ଠାରୁ ସୂଚନା ନେଇ ପୋଲିସ୍‌ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ କରି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.