Below header

ଷ୍ଟେଜ ସୋରୁ ଆରମ୍ଭ ହୋଇଥିଲା ପ୍ରେମ କିନ୍ତୁ ଲକ୍‌ଡାଉନରେ ହୋଇଗଲା ଶେଷ, ନ୍ୟାୟ ପାଇଁ ଏବେ ମହିଳା ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର (କେ ନ୍ୟୁଜ) : ଷ୍ଟେଜ ସୋରୁ ଆରମ୍ଭ ହୋଇଥିଲା ପ୍ରେମ, ପରେ ସମ୍ପର୍କ ନିବିଡ଼ ହୋଇ ବିବାହ ହେଲା। ହେଲେ ଲକଡାଉନରେ ବଦଳିଗଲା ସ୍ୱାମୀ । ସ୍ତ୍ରୀକୁ ଛାଡି ଚାଲିଗଲା । ସ୍ୱାମୀଙ୍କ ଫେରିବା ବାଟକୁ 3 ମାସ ଧରି ଅପେକ୍ଷା କଲା ସ୍ତ୍ରୀ, ହେଲେ ସ୍ୱାମୀ ଆସିଲେନି କି ଫୋନ ବି କଲେନି । ଏବେ ନ୍ୟାୟ ପାଇଁ ମହିଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ।

bbsr 2

ପ୍ରେମିକ ଷ୍ଟେଜରେ ଆଙ୍କରିଂ କରନ୍ତି, ପ୍ରେମିକା ଗୀତ ବୋଲନ୍ତି । ପରେ ସମ୍ପର୍କ ଘନିଷ୍ଠ ହୋଇଥିଲା । କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରରେ ବିବାହ କରିଥିଲେ । ବିବାହର ଗୋଟିଏ ବର୍ଷ ଖୁସିରେ କଟିଲା, ହେଲେ ଲକଡାଉନ ଆରମ୍ଭ ହେବା ପରେ ସବୁ କିଛି ବଦଳିଗଲା । ଯାହାର ସାତ ଜନ୍ମର ସାଥି ହେବାକୁ ହାତ ଧରିଥିଲେ , ସେ ଧୋକା ଦେଇ ଚାଲିଗଲା ।

333

ଆଉ ଫେରିଲା ନାହିଁ , ଏପଟେ ଅନେଇ ବସିଛି ପ୍ରେମିକାରୁ ସ୍ତ୍ରୀ ହୋଇଥିବା ଯୁବତୀ । ରାଜଧାନୀରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏନେଇ ଯୁବତୀ ଜଣଙ୍କ ମହିଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁସାରେ ଯାଜପୁର ଅଞ୍ଚଳର ସୋମ୍ୟରଞ୍ଜନ ଶତପଥୀ ଭୁବନେଶ୍ୱରରେ ରହି ବିଭିନ୍ନ ଷ୍ଟେଜ ସୋ କରନ୍ତି । ଅଭିଯୋଗ ଆଣିଥିବା ଯୁବତୀ ଜଣେ କଣ୍ଠ ଶିଳ୍ପୀ । ଷ୍ଟେଜ ଶୋରେ ପରସ୍ପରକୁ ଚିହ୍ନିଥିଲେ । ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହ ବି ହୋଇଥିଲା ।

photo

ଅଭିଯୋଗ ଆଣିଥିବା ଯୁବତୀ କହିବା କଥା ୩ ମାସର ଗର୍ଭବତୀ ଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏପରିକି ତାଙ୍କ ଅଜାଣତରେ ତାଙ୍କର ଗର୍ଭପାତ କରିଥିଲେ ସ୍ୱାମୀ । ମହିଳା ଥାନା ସମେତ ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିବା ପରେ ଏବେ ନ୍ୟାୟ ଅପେକ୍ଷାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.