Below header

ଆଶା ହେଉଛି ଉଜ୍ଜ୍ୱଳ, ଆସନ୍ତାକାଲି ଠାରୁ ମଣିଷ ଶରୀରରେ ପରୀକ୍ଷଣ କରାଯିବ “କୋଭାକ୍ସିନ”

ଦିଲ୍ଲୀ ସ୍ଥିତ ଏମ୍ସ କମିଟି ଶନିବାର ସ୍ବଦେଶୀ ରୂପରେ ପ୍ରସ୍ତୁତ ହୋଇଥିବା Covid-19 ରୋଗର ଭ୍ୟାକସିନ “କୋଭାକସିନ”କୁ ମାନବ ଶରୀରରେ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ ୧୨ଟି ଅନୁଷ୍ଠାନକୁ କୋଭାକସିନର ଫେଜ -1 ଓ ଫେଜ -2 ଦୁଇଟି ସ୍ତରରେ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ଯାହା ମଧ୍ୟରେ ଦିଲ୍ଲୀ ସ୍ଥିତ ଏମ୍ସ ବି ଅଛି । ପ୍ରଥମ ସ୍ତରରେ ଏହି ଭ୍ୟାକସିନକୁ ୩୭୫ ଜଣଙ୍କ ଉପରେ ପରୀକ୍ଷଣ କରାଯିବା ନେଇ ସ୍ଥିର କରାଯାଇଥିବା ବେଳେ ସେମଧ୍ୟରୁ ଅତି ବେଶିରେ ୧୦୦ ଜଣ ଏମସ କର୍ମଚାରୀ ରହିବେ ବୋଲି ଜଣାଯାଇଛି । ଏମସର ଏଥିକ୍ସ କମିଟି ସମ୍ପୂର୍ଣ ସ୍ବଦେଶୀ ଭାବରେ ପ୍ରସ୍ତୁତ ହୋଇଥିବା କୋଭାକସିନକୁ ମାନବ ଶରୀରରେ ସୋମବାରଠାରୁ ପରୀକ୍ଷଣ ଆରମ୍ଭ କରିବା ନେଇ ଅନୁମତି ପ୍ରଦାନ କରିଛନ୍ତି ।

all india institute of medical sciences: Cabinet approves creation ...

କମିଟି ଅନୁଯାୟୀ ଯେଉଁ ବ୍ୟକ୍ତିମାନଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବ ବା ୫୫ ବର୍ଷରୁ କମ ହୋଇଥିବ ସେହିମାନଙ୍କୁ ହିଁ ରାଣ୍ଡୋମସାଇଜଡ଼, ଡବଲ ବ୍ଲାଇଣ୍ଡ, ପ୍ଳାସେବୋକଣ୍ଟ୍ରୋଲଡ଼ ଭ୍ୟାକସିନ ଟ୍ରାଏଲ ପାଇଁ ଅନୁମତି ମିଳିପାରିବ । ଅନ୍ୟପକ୍ଷରେ ଏମସର ସେଣ୍ଟର ଫର କମ୍ୟୁନିଟି ମେଡ଼ିସିନର ପ୍ରଫେସର ଡଃ.ସଞ୍ଜୟ ରାୟ କହିଛନ୍ତିକି, କିଛି କିଛି ବ୍ୟକ୍ତି ସ୍ୱଇଚ୍ଛାରେ ପରୀକ୍ଷଣ ନେଇ ପୂର୍ବରୁ ହିଁ ରେଜିଷ୍ଟର କରି ଦେଇଛନ୍ତି । ସୋମବାର ସେହିମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ହିଁ ଟୀକାକାରଣ ପାଇଁ ଅନୁମତି ଦିଆଯିବ । ଡ଼ଃ ରାୟଙ୍କ ଅନୁଯାୟୀ ଏଥିପାଇଁ ଇଛୁକ ଥିବା ବ୍ୟକ୍ତି ଇମେଲ ବା ଏସଏମଏସ ପଠାଇ ଅଥବା କଲ କରି ରେଜିଷ୍ଟ୍ରେସନ କରିପାରିବେ । ଏନେଇ ସଂସ୍ଥାନ ତରଫରୁ ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି ।

ସୂଚନା ଦେବା ଯୋଗ୍ୟକି, ହାଇଦରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ୱାରା ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ବାୟୋଲେଜି ସହଯୋଗରେ ପ୍ରସ୍ତୁତ କରାଯାଇଛି । ଯାହା ଉପରେ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ମାନବ ଶରୀର ଉପରେ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି ।

ଏହା ହେଉଛି କରୋନା ପାଇଁ ଭାରତ ଦ୍ୱାରା ସ୍ବଦେଶୀ ଭାବେ ପ୍ରସ୍ତୁତ ପ୍ରଥମ ଭ୍ୟାକସିନ । ଆଇସିଏମଆର ମହାନିର୍ଦ୍ଦେଶକ ଡଃ ବଳରାମ ଭର୍ଗବ ନିକଟରେ ୧୨ ଗୋଟି ସଂସ୍ଥାର ପ୍ରମୁଖ ଯାଞ୍ଚ କର୍ତ୍ତାଙ୍କୁ ଏନେଇ ପତ୍ର ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.