ଆଜି ରାଜଧାନୀରୁ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୮୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ଅଂଚଳରୁ ୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୧୧୮୨ ଛୁଇଁଛି ମୋଟ ଆକ୍ରାନ୍ତ ସଂଖ୍ୟା । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଲେ ବିଏମସି କତ୍ତୃପକ୍ଷ । ଆଜି ୫୨ ଜଣ ଚିହ୍ନଟଙ୍କ ମଧ୍ୟରୁ ୩୪ ଜଣ କ୍ଵାରେଣ୍ଟୀନ ସେଣ୍ଟରର ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଏଯାବତ ୫୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୪୬ ଟି ଆକ୍ଟିଭ କେଶ ରହିଛି । ଏମଧ୍ୟରୁ ୧୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଆଜି ଚିହ୍ନଟଙ୍କ ମଧ୍ୟରୁ ଆଇଆରସି ଭିଲେଜ ଅଂଚଳରୁ ଦୁଇ ଜଣ , ନୀଳାଦ୍ରି ବିହାରର ଜଣେ, ନୂଆଗାଁର ଜଣେ, ଶୈଳେଶ୍ରୀ ବିହାର ଅଂଚଳର ଜଣେ, ୟୁନିଟ-1 ଅଂଚଳର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ମଞ୍ଚେଶ୍ୱର ଅଂଚଳର 2 ଜଣ , ଭିମଟାଙ୍ଗୀର ଜଣେ, ନୀଳାଦ୍ରି ବିହାର ଅଂଚଳର ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।  ଯେବେକି ଶୈଳଶ୍ରୀ ବିହାରର ଜଣଙ୍କ, ନୟାପଲ୍ଲୀର ଦୁଇ ଜଣ, ଲକ୍ଷ୍ମୀ ସାଗରର ଜଣଙ୍କ, ଝାରପଡାର ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ସେପରି ଏକ ଘରୋଇ ଚିକିତ୍ସା ଳୟ ମାନଙ୍କର 6 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ସେପରି ରବି ଟକିଜ ଅଂଚଳର ଜଣଙ୍କ, ଟଙ୍କପାଣିର ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ସହିଦ ନଗର ସ୍ଥିତ ଆଂଗନ ରେସ୍ତୃରାଣ୍ଟ ଏରିଆର ଏକାଥରେ 8 ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।

ସେପଟେ କଟକ ମୁନିସିପାଲ କର୍ପୋରେସନରୁ ଆଜି ୧୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଏନେଇ ସୂଚନା ଦେଲେ ସିଏମସି କତ୍ତୃପକ୍ଷ । ଏମଧ୍ୟରୁ ୧୪ ଜଣ ହୋମ କ୍ଵାରିଣ୍ଟିଂନ ସେଣ୍ଟରର ଥିବା ବେଳେ ୨ ଟି ଲୋକାଲ କେଶ ଥିବା ଜଣାଯାଇଛି । ସୂଚନା ମୁତାବକ ମଙ୍ଗଳାବାଗ ଓ କ୍ୟାଣ୍ଟନମେଣ୍ଟ ଅଂଚଳରୁ ଦୁଇଟି ଲୋକାଲ କେଶ ରହିଛି ।

Leave A Reply

Your email address will not be published.