ପ୍ରେମ କଲା, କୋର୍ଟରେ ବାହା ହେଲା ତା ପରେ ଛାଡ଼ି ପଳାଇଲା

ରେଢ଼ାଖୋଲ (କେନ୍ୟୁଜ୍‌) : କଲେଜ ପଢିବା ବୟସରେ ହେଲା ପ୍ରେମ । ପ୍ରେମ ଏତେ ଗଭୀର ହେଲା ଯେ ଦୁହେଁ ସ୍ଥିର କରି ନେଲେ ବାହା ହେବା ପାଇଁ । ତେଣୁ ସାମାଜିକ ସ୍ୱୀକୃତି ଲାଗି ପୁଅ ଝିଅ ଦୁହେଁ କୋର୍ଟରେ ରେଜଷ୍ଟ୍ରି ମ୍ୟାରେଜ କଲେ । ହେଲେ ଏସବୁ ପରେ ବି ଧୋକା ଦେଲା ସ୍ବାମୀ । ଜନ୍ମ ଜନ୍ମ ଧରି ସାଥୀ ହୋଇ ରହିବା ପାଇଁ ଶପଥ କରିଥିବା ସ୍ୱାମୀ ପ୍ରତାରଣା କଲା । ତେଣୁ ସ୍ତ୍ରୀର ମର୍ଯ୍ୟାଦା ସହ ନ୍ୟାୟ ପାଇବା ପାଇଁ ଧୋକାବାଜ ସ୍ୱାମୀ ନାଁରେ ଏତଲା ଦେଇଛି ସ୍ତ୍ରୀ ।

ରେଢ଼ାଖୋଲ ବ୍ଲକ ଚାରମାଳ ଗାଁର ପ୍ରିୟଙ୍କା ମୁଖ୍ୟ ଓ ସଂଜିତ ବେହେରା ୨୦୧୭ ମସିହାରେ ଯୁକ୍ତ ତିନି କଲେଜରେ ପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯେହେତୁ ସେମାନେ ଅଲଗା ଜାତିର ଥିଲେ ପରିବାରର ବିରୋଧ ଭୟରେ ଉଭୟ କିଛି ବର୍ଷ ପାଇଁ ଘରୁ ବାହାରକୁ ପଳାଇ ଯାଇଥିଲେ । ଏହା ପରେ ରେଢାଖୋଲ କୋର୍ଟରେ ରେଜେଷ୍ଟ୍ରି ମ୍ୟାରେଜ କରିଥିଲେ । ପ୍ରିୟଙ୍କାଙ୍କ ପାଖରେ କୋର୍ଟ ମ୍ୟାରେଜର ସମସ୍ତ ଡକୁମେଣ୍ଟ ରହିଛି ।

PRIYANKA-2

ଏପଟେ ସଂଜିତ ନିଜର ଏକ ଘର କରିବା ପରେ ସ୍ତ୍ରୀ ଭାବରେ ପ୍ରିୟଙ୍କାଙ୍କୁ ସେହି ଘରକୁ ନେବାର ପ୍ରତିଶ୍ରୁତି ଦେଇଥିଲା । ତେଣୁ ପ୍ରିୟଙ୍କା ନିଜ ବାପ ଘରେ ରହୁଥିଲେ । ତେବେ ସେଠାରେ ରହିବା ପରେ ସ୍ଵାମୀ ସଂଜିତ ବେହେରା ତାଙ୍କ ଠାରୁ ଦୂରେଇ ଗଲେ। ଶେଷରେ ପ୍ରିୟଙ୍କା ସହ ସବୁ ସମ୍ପର୍କ କାଟିବାକୁ ଧମକ ଦେଇ ଚାଲିଥିଲା ସଂଜିତ ।

ଏଭଳି ସ୍ଥିତିରେ ନିଜର ଅଧିକାର ପାଇଁ ପ୍ରିୟଙ୍କା ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି । ଏହା ସହ ରେଢାଖୋଲ ଯୁଗ୍ମ ଅଭିଯୋଗ ଶୁଣାଣିରେ ପ୍ରିୟଙ୍କା ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ । ସଂଜିତ ଯଦି ତାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ ନକରନ୍ତି ତେବେ ସେ କଠୋର ପଦକ୍ଷେପ ନେବେ ବୋଲି ପ୍ରିୟଙ୍କା ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଘଟଣାର ସଠିକ୍‌ ତଦନ୍ତ କରି ଶୀଘ୍ର ସମାଧାନର ବାଟ ବାହାର କରିବାକୁ ରେଢାଖୋଲ ଏସଡିପିଓଙ୍କୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.