ସୃଷ୍ଟି ହେଉଛି ସାମୁଦ୍ରିକ ଝଡ଼: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ନୂଆଦିଲ୍ଲୀ : ଡିସେମ୍ବରରେ ସୃଷ୍ଟି ହେଉଛି ସାମୁଦ୍ରିକ ଝଡ଼ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ବଳ ଗୋଟାଇ ଆଗକୁ ବଢୁଛି ସମ୍ଭାବ୍ୟ ସାଇକ୍ଲୋନ୍ “ମାଣ୍ଡସ୍” । ସାମନାକୁ ଆସିଲା ବାତ୍ୟାର ଗତିପଥ । କେଉଁ ବାଟ ଦେଇ ଯିବ । କେଉଁ ଉପକୂଳ ଦେଇ ଅତିକ୍ରମ କରିବ ମାଣ୍ଡସ୍ । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି େଓ୍ଵଲ୍ ମାର୍କଡ ଲୋ ପ୍ରେସର ।
ଏହା ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଆଗକୁ ଅଧିକ ଘନୀଭୂତ ହେବ । ଡିପ୍ରେସନ୍ ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହେବ । କାଲି ସନ୍ଧ୍ୟାରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ ମାଣ୍ଡସ । ୮ ତାରିଖ ସକାଳେ ବାତ୍ୟା ଉତ୍ତର ତାମିଲନାଡୁ-ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି ।
ଓ୍ଵିଣ୍ଡିର ଦୁଇଟି ମଡେଲ୍ ଦର୍ଶାଉଛି, ବାତ୍ୟା ସ୍ଥଳଭାଗ ମୁହାଁ ହେବା ବେଳକୁ ଦୁର୍ବଳ ହୋଇଯିବ । କିନ୍ତୁ ପ୍ରବଳ ବର୍ଷା ପବନ ସମ୍ଭାବନା ରହିଛି ।ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପଡ଼ିବ । ଏସବୁ ରାଜ୍ୟ ଉପକୂଳର ଅଧିକାଂଶ ସ୍ଥାନରେ କାଲିଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।