କେନ୍ଦୁଝର ସତ୍ୟପାଳ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଘଟଗାଁ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସତ୍ୟପାଳ ଗାଁରେ ଅଭାବନୀୟ ଘଟଣା । ଗାଁର ବିମ୍ବାଧର ପାତ୍ର ନିଜ ସ୍ତ୍ରୀ ଦୁଃଖୀ ପାତ୍ରକୁ ପିଟିପିଟି ହତ୍ୟା କରିଛନ୍ତି ।

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସକାଳୁ ଏନେଇ ଜଣାପଡିବା ପରେ ସ୍ଥାନୀୟ ଲୋକେ ଦୁଖୀ ପାତ୍ରଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଖବର ପାଇ ହରିଚନ୍ଦନପୁର ପୋଲିସ୍‌ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.