Below header

ହାଟରେ ପଡି ଦାଣ୍ଡରେ ଗଡୁଛି ରାଜ ପରିବାରର ଘରୋଇ କଳି: ଅର୍କେଶଙ୍କ ବିରୋଧ ଅଭିଯୋଗ କଲେ ପତ୍ନୀ ଅଦ୍ରିଜା

ପଦାରେ ପଡିଲା ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ଏବେ ରାଜ ପରିବାରର ଅର୍କେଶ ନାରାୟଣ ସିଂଦେଓ ଓ ଆଦ୍ରିଜା ମଞ୍ଜରୀ ସିଂ ଦେଓଙ୍କ କଳି ହାଟରେ ପଡି ଦାଣ୍ଡରେ ଗଡୁଛି । ପତ୍ନୀ ଅଦ୍ରିଜାଙ୍କୁ ତାଙ୍କ ସ୍ୱାମୀ ଅର୍କେଶ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ବଲାଙ୍ଗିର (କେନ୍ୟୁଜ): ଏବେ ଚର୍ଚ୍ଚାରେ ବଡ ଘର ବଡ ଗୁମର କଥା। ପଦାରେ ପଡିଲା ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ଏବେ ରାଜ ପରିବାରର ଅର୍କେଶ ନାରାୟଣ ସିଂଦେଓ ଓ ଆଦ୍ରିଜା ମଞ୍ଜରୀ ସିଂ ଦେଓଙ୍କ କଳି ହାଟରେ ପଡି ଦାଣ୍ଡରେ ଗଡୁଛି । ଅଦ୍ରିଜାଙ୍କୁ ତାଙ୍କ ସ୍ୱାମୀ ଅର୍କେଶ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଡେରାଡୁନରେ ଏନେଇ ଅଭିଯୋଗ କରିଛନ୍ତି ଅଦ୍ରିଜା ।

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ଓ କିଛି କର୍ମଚାରୀ ତାଙ୍କୁ ନିର୍ଯାତନ ଦେଉଛନ୍ତ ଓ ମାଡ ମାରୁଛନ୍ତିି । ଏନେଇ ଡେରାଡୁନର ଥାନାରେ ଅଭିଯୋଗ କରିବା ସହ ପୋଲିସଙ୍କୁ ଭେଟି ସୁରକ୍ଷା ପାଇଁ କହିଛନ୍ତି ଅଦ୍ରିଜା । ଆଉ ପରେ ଅଦ୍ରିଜା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗତ ୨୦୧୭ରେ ଅଦ୍ରିଜା ମଞ୍ଜରି ସଂଦେଓ ଓ ବଲାଙ୍ଗିର ରାଜ କୁମାର ଅର୍କେସ ନାରାୟଣ ସିଂଦେଓ ଙ୍କ ବିବାହ ହୋଇଥିଲା । ୨୦୧୯ ରେ ଅର୍କେଶ ନାରାୟଣ ସିଂଦେଓ ଥିଲେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେଡିର ବିଧାୟକ ପ୍ରାର୍ଥୀ । ଏହି ସମୟରେ ଅଦ୍ରିଜା ସ୍ୱାମୀଙ୍କ ସହିତ ନିର୍ବାଚନୀ ପ୍ରଚାର ବି କରୁଥିଲେ । ବେଶ ହସ ଖୁସୀରେ ଚାଲିଥିଲା ସଂସାର । ହେଲେ ଏନେଇ ଦେଖା ଦେଇଛି ପାରିବାରିକ ବିବାଦ । ଆଉ ରାଜ ପରିବାର ର କଲି ଥାନାରେ ପହଞ୍ଚିଛି । ଅଦ୍ରିଜା ହେଉଛନ୍ତି ପୁର୍ବତନ ପ୍ରଧାନମନ୍ତ୍ରୀ ବି.ପି ସିଂ ଙ୍କ ନାତୁଣୀ । ଅର୍କେଶ ହେଉଛନ୍ତି ଅନଙ୍ଗ ଉଦୟ ସିଂଦେଓ ଙ୍କ ସାନ ପୁଅ । ଏବେ ଉଭୟଙ୍କ କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ରାଜାଘର କଳି କୁ ନେଇ ଚର୍ଚ୍ଚା ଯୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.