Below header

ଚନ୍ଦକାରୁ ଆସିଲା ପାଚେରୀ ଭାଙ୍ଗି ପଶିଲା ନନ୍ଦନକାନନରେ, ଏବେ ବଣୁଆ ହାତୀକୁ ଚାଲିଛି ଖୋଜା

ଭୁବନେଶ୍ୱର : ନନ୍ଦନକାନନରେ ପଶିଲା ବଣୁଆ ହାତୀ । ଗତକାଲି ରାତି ପ୍ରାୟ ୨ଟା ବେଳେ ଚନ୍ଦକା ଜଙ୍ଗଲରୁ ଆସି ଏକ ବଣୁଆ ହାତୀ ନନ୍ଦନ କାନନର ପାଚେରୀ ଭାଙ୍ଗିବା ସହ ଭିତରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ନନ୍ଦନ କାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ଜଙ୍ଗଲୀ ହାତୀଟି ଏବେ କେଉଁଠାରେ ଅଛି ତାହା ସଠିକ୍‌ ଭାବେ ଜଣା ପଡୁନାହିଁ।

WALL-1

ଏହାକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି । ନନ୍ଦନ କାନନର ଡେପୁଟି ଡାଇରେକ୍ଟର ବିମଳ ଆଚାର୍ଯ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ହାତୀଟି କେବଳ ପାଚେରୀ ଭାଙ୍ଗିଥିବା ବେଳେ ଅନ୍ୟ କିଛି କ୍ଷତି କରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.