ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ଦୁହିଁଙ୍କ ପାଇଁ ମ୍ୟାଚ୍ ଜିତିବା ବେଶ ଗୁରୁତ୍ବପୂର୍ଣ୍ଣ

ଆଇପିଏଲ୍ ୨୦୨୦ରେ ଆଜିର ୫୫ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚାଲେଞ୍ଜେର୍ସ ଟିମ୍ ହେବ ସହିତ ଟକ୍କର। ଦୁହିଁଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ। ଆବୁଧାବିରେ ହେବାକୁ ଥିବା ଏହି ମ୍ୟାଚରେ ଜିତିବା ଟିମ୍ ହିଁ ପ୍ଲେଅଫ ପାଇଁ କ୍ବାଲିଫାଏ କରିବ। ଆଉ ଯେଉଁ ଟିମ୍ ହାରିବ, ସେ ଟୁର୍ନାମେଣ୍ଟରୁ ବାଦ୍ ପଡିବ।

ଦୁଇଟି ଯାକ ଟିମ୍ ମଧ୍ୟରେ ଏହା ଏକ ପ୍ରକାର କ୍ବାର୍ଟର ଫାଇନାଲ ହେବ। ଜିତିଥିବା ଟିମ୍ କ୍ବାଲିଫାଏର୍ସ-୧ ରେ ପହଞ୍ଚିବ। ତେଣୁ ଆଜିର ମ୍ୟାଚ୍ ବହୁତ ରୋମାଞ୍ଚକ ହେବ। ଦୁଇଟି ଟିମ୍ ପାଇଁ ଗତ କିଛି ମ୍ୟାଚ୍ ନିରାଶଜନକ ରହିଛି। ଦିଲ୍ଲୀ ପୂର୍ବରୁ ମ୍ୟାଚ୍ ହାରିଛି, ସେହିପରି ବାଙ୍ଗାଲୋର ଲଗାତାର ୩ ଥର ହାର ସାମ୍ନା କରିଛି। ଷ୍ଟାର ଖେଳାଳିଙ୍କ ସହିତ ଦୁଇଟି ଯାକ ଟିମ୍ ଆଜି ପୁଣି ମଇଦାନକୁ ଓହ୍ଲାଇବ।

ipl

 

ସମ୍ଭାବ ଏକାଦଶ :

ଦିଲ୍ଲୀ କ୍ୟାପିଟାଲ୍ସ: ଶେ୍ରୟସ ଆୟର, ପ୍ଥ୍ବୀ ଶ, ଶିଖର ଧୱନ, ଏନରିଚ ନର୍ଜ, କାଗିସୋ ରବାଡା, ଅକ୍ଷର ପଟେଲ, ହର୍ଷଲ ପଟେଲ, ରବି ଅଶ୍ବିନ, ମାର୍କସ ଷ୍ଟାଇନିସ, ଋଷଭ ପନ୍ତ, ଏଲେକ୍ସ କେରୀ।

ବାଙ୍ଗାଲୋର: ବିରାଟ କୋହଲି, ଏବି ଡିଭିଲିୟର୍ସ, ଦେବଦତ୍ତ ପଡିକ୍କଲ, ଗୁରକିରତ ସିଂହ, ମହମ୍ମଦ ସିରାଜ, ନବଦୀପ ସୈନୀ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କ୍ରିସ ମୋରିସ, ଇସୁରୁ ଉଦାସା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.