ଆଜି ରାଜ୍ଯରେ ୧୩୮୯ କରୋନା ପଜିଟିଭ୍ ଚିହ୍ନଟ, ଗଲା ଆଉ ୯ଜଣଙ୍କ ମୁଣ୍ଡ

ଭୁବନେଶ୍ବର: ଆଜି ରାଜ୍ଯରେ ଚିହ୍ନଟ ହେଲେ ୧୩୮୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୭୯୮ ଓ ଲୋକାଲ୍ କେସରୁ ୫୯୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୩,୨୧୪ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୭୭,୫୬୪ ସୁସ୍ଥ ହୋଇସାରିଲେଣି। ଏହାସହିତ ୧୪,୨୫୭ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

  ଏହା ସହିତ ଆଜି ରାଜ୍ୟରେ କରୋନା ନେଲା ଆଉ ୯ ଜଣଙ୍କ ମୁଣ୍ଡ। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.