Below header

ଗାଧୋଇବା ବେଳେ ଜଗତପୁର କେନାଲରେ ଭାସିଗଲେ ତିନି ଛାତ୍ର, ଦୁଇ ଜଣ ଉଦ୍ଧାର ଓ ଜଣେ ନିଖୋଜ

କଟକ : ଜଗତପୁର ସ୍ଥିତ କେନ୍ଦ୍ରାପଡା କେନାଲକୁ ଗାଧୋଇବାକୁ ଯାଇ ଭାସିଗଲେ ତିନି ଜଣ ଛାତ୍ର । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛି । ନାନାକାର ଗ୍ରାମର ତିନି ଜଣ ଛାତ୍ର କେନାଲରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ତେବେ ଅନ୍ୟ ଜଣେ ଛାତ୍ର ସ୍ରୋତରେ ଭାସି ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଉଦ୍ଧାର ହୋଇଥିବା ଜଣେ ଛାତ୍ର ହେଉଛନ୍ତି ପ୍ରଣବ ଚୌଧୁରୀ । ସେ ଚୌଦ୍ୱାର ସ୍ଥିତ କଳିଙ୍ଗ ପବ୍ଲିକ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର । ଅନ୍ୟ ଜଣେ ଛାତ୍ର ଶକ୍ତି ରାଉତ ନିମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି । ନିଖୋଜ ଛାତ୍ର ଜଣକ ହେଉଛନ୍ତି ସ୍ୱରୂପ ଜେନା । ସ୍ୱରୂପ ଜଗତପୁର ଭାରତୀୟ ବିଦ୍ୟା ନିକେତନର ସପ୍ତମ ଶ୍ରେଣୀ ଛାତ୍ର l
ସୂଚନା ମୁତାବକ ଆଜି ସକାଳ ସମୟରେ ଏହି ତିନି ଛାତ୍ର ଆଦିତ୍ୟ ହୋଟେଲ ସାମ୍ନା କେନାଲ ରୋଡରେ ଖେଳୁଥିବା ବେଳେ କେନାଲ ଭିତରକୁ ଗାଧୋଇବାକୁ ଯାଇ ଥିଲେ । ସେହି ସମୟରେ ସେମାନଙ୍କ ଗୋଡ ଖସି ଯିବାରେ ସେମାନେ ଭାସି ଯାଇଥିଲେ l

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.