ଦୀର୍ଘ ଦିନ ହେଲା ଜଳୁଛି ଶିମିଳିପାଳ:ଯନ୍ତ୍ରଣାରେ ଛଟପଟ ବନ୍ଯଜନ୍ତୁ, ଜୀବନ ରକ୍ଷା ପାଇଁ ଗାଁ ମୁହାଁ ବନ୍ଯଜନ୍ତୁ

କରଞ୍ଜିଆ: ଶିମିଳିପାଳରେ ଲାଗିଛି ନିଆଁ । ଦୀର୍ଘ ଦିନ ହେଲା ନିଆଁ ଲାଗିଥିଲେ ମଧ୍ୟ କ ନିଆଁକୁ ଆୟତ୍ତ କରି ପାରୁନି ବନ ବିଭାଗ । ଆଜି ଉତ୍ତର ଶିମିଳିପାଳ ରେ ୯୩ ଟି ସ୍ଥାନ ରେ ନିଆଁ ଲାଗିଛି । ନିଆଁ ଲାଗିବାର କୁପ୍ରଭାବ ପଡିଛି ମୟୁରଭଞ୍ଜ ଜିଲ୍ଲାରେ ।

ଏବେ ବନ୍ଯଜନ୍ତୁ ଗାଁ ମୁହାଁ ହୋଇଛନ୍ତି । ଆଜି ରରଆ ବ୍ଲକ ଅନ୍ତର୍ଗତ ସକାଳୁ ସକାଳୁ ବୃନ୍ଧେଇ ପୋଷି ଗାଁର ବିଜୁ ମହାରଣା ଘରେ ଏକ ହରିଣ  ପଶିଯାଇଥିଲା। ହରିଣଟି ଅସୁସ୍ଥ ଥିବା କହିଛନ୍ତି ବନବିଭାଗ କର୍ମଚାରୀ । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ଉତ୍ତାପ ବଢିଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧୂଆଁ ହିଁ ଧୂଆଁ । ଯାହା କାରଣ ରୁ ଶିମିଳିପାଳରେ ବନ୍ଯଜନ୍ତୁ ରହିବା କଷ୍ଟ କର ହୋଇପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.