ଧାନ ବିକ୍ରି ଦାବିରେ ଅନଶନରେ ବସିଲେ ପଦ୍ମପୁର ଉପଖଣ୍ଡର ଚାଷୀ

ବରଗଡ: ଧାନ ବିକ୍ରି ଦାବିରେ ଅନଶନରେ ବସିଲେ ଚାଷୀ। ବରଗଡ ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି ପଦ୍ମପୁର ଉପଖଣ୍ଡର ଚାଷୀ । ଜିଲ୍ଲାରେ ଗତ ନଭେମ୍ବର ୯ ତାରିଖରୁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ପଦ୍ମପୁର ଉପଖଣ୍ଡର ଚାଷୀ ଟୋକନ ପାଇବା ପରେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଆଣିଥିଲେ । ମାସେ ପରେ ଟୋକନ ଅବଧି ସରିଗଲା । କିନ୍ତୁ ଚାଷୀଙ୍କ ଧାନ କିଣା ହୋଇପାରିଲାନିି । ଫଳରେ ପଦ୍ମପୁର ଆରଏମସି ଅଧିନରେ ଥିବା ୭୦ଟି ମଣ୍ଡିରେ ୫ଲକ୍ଷରୁ ଅଧିକ ଧାନ ବସ୍ତା ପଡିରହିଛି । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏନେଇ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.