ଆନନ୍ଦପୁର ଫକୀରପୁର ଗାଁରେ ଭୌତିକ କାଣ୍ଡ: ଅଚାନକ ଘରେ ଲାଗି ଯାଉଛି ନିଆଁ, ଘଟୁଛି ବିଶ୍ୱାସ ନହେବା ଭଳି ଘଟଣା

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଫକୀରପୁର ଗାଁରେ ଘଟୁଛି ଭୌତିକ କାଣ୍ଡ। ଅଚାନକ ଘରେ ଲାଗି ଯାଉଛି ନିଆଁ। ପୋଡି ଯାଉଛି ଆସବାବପତ୍ର। କେହି ବିଶ୍ୱାସ ନହେବା ଭଳି ଘଟଣା ଘଟୁଛି ଗୋଟିଏ ପରିବାରରେ। ଫକୀରପୁର ଗାଁର ବଙ୍ଗାଳିସାହିରେ ରହନ୍ତି ନିରଞ୍ଜନ ଚାନ୍ଦ। ନିରଞ୍ଜନଙ୍କ ସାନ ଝିଅର ଦେହ ଅସୁସ୍ଥ ଥିବା ବେଳେ ଗତକାଲି ତାଙ୍କୁ ମେଡିକାଲ ନିଆ ଯାଇଥିଲା । ତେବେ ମେଡିକାଲରୁ ଆସିବା ପରେ ରାତି ୯ଟାରେ ଅଚାନକ ଘରେ ରଖାଯାଇଥିବା ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା।

agnikandaତୁରନ୍ତ ନିଆଁ କୁ ଲିଭାଇଲା ପରେ ଡୋର ସ୍କ୍ରିନ ଓ ଘରର ଅନ୍ୟ ଆସବାବପତ୍ର ଜଳିବାକୁ ଲାଗିଥିଲା। ଆଜି ସକାଳୁ ମଧ୍ୟ ସେହିଭଳି ଘର ଛାତ ଉପରେ ଏବଂ ଠାକୁରଙ୍କ ଘରେ ନିଆଁ ଲାଗିଯାଇଥିଲା। ଗତକାଲି ଠାରୁ ଭୟଭୀତ ଅବସ୍ଥାରେ ଥିବା ପରିବାର ରେ ଖାଇବା ପିଇବା ବନ୍ଦ ହୋଇଯାଇଥିବା ବେଳେ ସମ୍ପୃକ୍ତ ପରିବାର କଣ କରିବେ ସେନେଇ ଚିନ୍ତାରେ ଦିନ କାଟୁଛନ୍ତି।