ଭାରତ-ଇଂଲଣ୍ଡ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ହେବ ମ୍ଯାଚ୍ ଓ ସମୟ
ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜି ସରିବା ପରେ ଏବେ ଟି-୨୦ ମ୍ଯାଚ ଆରମ୍ଭ ହେବାକୁ ଯାଉଛି। ଉଭୟ ଟିମ୍ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଇୟନ୍ ମୋର୍ଗାନଙ୍କ ନେତୃତ୍ବରେ ଟିମ୍ ଇଂଲଣ୍ଡ, ଟେଷ୍ଟ ସିରିଜ୍ ପରାଜୟର ପ୍ରତିଶୋଧ ଟି-୨୦ରେ ନେବାକୁ ଚାହିଁବ । ସେପଟେ ଭାରତ ଟେଷ୍ଟ ସିରିଜ ଭଳି ଟି-୨୦ ସିରିଜ ମଧ୍ୟ ନିଜ ନାମରେ କରିବାକୁ ଚେଷ୍ଟା କରିବ। ୧୨ ମାର୍ଚ୍ଚରୁ ଉଭୟ ଟିମ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍ । ସିରିଜର ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।
ପ୍ରଥମ ମ୍ୟାଚ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦ୍ବିତୀୟ ମ୍ୟାଚ ମାର୍ଚ୍ଚ ୧୪, ତୃତୀୟ ମାର୍ଚ୍ଚ ୧୬, ଚତୁର୍ଥ ମାର୍ଚ୍ଚ୧୮ ତାରିଖ ଏବଂ ୫ମ ମ୍ୟାଚ୍ ମାର୍ଚ୍ଚ ୨୦ ତାରିଖରେ ଖେଳାଯିବ । ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ମ୍ୟାଚ୍ର ଟିକେଟ୍ Bookmyshow ୱେବସାଇଟ୍ ଏବଂ ଆପରେ ବୁକିଂ କରିହେବ । ଟିକେଟର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଟି -୨୦ ସିରିଜ୍ ପାଇଁ ଭାରତର ଅଫିସିଆଲ୍ ବ୍ରଡକାଷ୍ଟର୍ ହେଉଛି ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ ।
ଉଭୟ ଟିମର ସମ୍ଭାବ୍ୟ ଖେଳାଳି ତାଲିକା
ଇଂଲଣ୍ଡ : ଇୟନ ମୋର୍ଗାନ୍ (ଅଧିନାୟକ), ମୋଇନ୍ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନି ବୟାରିଷ୍ଟୋ, ସାମ୍ ବିଲିଙ୍ଗସ୍, ସାମ୍ କରନ, ଟମ୍ କରନ, କ୍ରିସ୍ ଜୋର୍ଡନ, ଲିୟାନ ଲିବିଙ୍ଗଷ୍ଟୋନ୍, ଡେଭିଡ୍ ମଲାନ, ଆଦିଲ ରସୀଦ, ଜେସନ୍ ରୟ, ବେନ୍ ଷ୍ଟୋକସ୍, ରିସ୍ ଟୋପଲେ ଏବଂ ମାର୍କ ଉଡ୍ ।
ଭାରତ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ବନ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ଓ୍ବିକେଟ୍କିପର), ଇଶାନ କିଶନ (ଓ୍ବିକେଟ୍କିପର), ଯୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ରାହୁଲ ତେଓ୍ବାତିୟା, ଟି. ନଟରାଜନ୍, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସୈନୀ ଏବଂ ସାର୍ଦ୍ଦୁଳ ଠାକୁର।