Below header

ବ୍ୟାପିଲା ମଦ ବିରୋଧୀ ଆନ୍ଦୋଳନ, ଶତାଧିକ ମହିଳା ଓ ଗ୍ରାମବାସୀ କଲେ ଭଙ୍ଗାରୁଜା

ଗଞ୍ଜାମ (କେନ୍ୟୁଜ୍) : କବିସୂର୍ଯ୍ୟନଗର ଅଞ୍ଚଳରେ ବ୍ୟାପିଲା ମଦ ବିରୋଧୀ ଆନ୍ଦୋଳନ । ଶତାଧିକ ମହିଳା ଓ ଗ୍ରାମବାସୀ ଗାଁ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି । ରାସ୍ତାରେ ନିଆଁ ଜାଳି ଦେଶୀ ମଦ ଓ ବିଭିନ୍ନ ସାମଗ୍ରୀ ପୋଡାଜଳା କରିଛନ୍ତି । ଏହା ପରେ ମରାଠୀବସାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମଦ ବ୍ୟବସାୟୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ଗତକାଲି ରାତିରେ ଏ. ବରିଡ଼ା ଗାଁରେ ଥିବା ଏକ ବିଦେଶୀ ମଦ ଦୋକାନାରେ ଶତାଧିକ ମହିଳା ଓ ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.