ଆପଣ ନିଜ ଓଜନକୁ ନେଇ ଚିନ୍ତିତ କି ? ମାତ୍ର ୨ ଟଙ୍କାରେ ହେଵ ଏହି ସମସ୍ୟାର ସମାଧାନ

ଅତ୍ୟଧିକ ମୋଟାପଣ ଖାଲି ଶରୀର ପାଇଁ କ୍ଷତି କାରକ ହୋଇନଥାଏ ଏହା ଲୁକ ଉପରେ ବି ପ୍ରଭାବ ପକାଇଥାଏ । ଏବେ ଦେଖାଯାଉଛିକି ନିଜ ମୋଟାପଣକୁ କମାଇବା ପାଇଁ ଆଜି କାଲିର ଲୋକେ ଡାଏଟିଂ ସହ କଠିନ ରୁ କଠିନ ଏକ୍ସରସାଇଜ କରୁଛନ୍ତି । ଏମିତିକି ଜିମରେ ପ୍ରତିମାସ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାରେ ବି ପଛଘୁଞ୍ଚା ଦେଉନାହାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ ଆଜି କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଘରେ ଖୁବ କମ ଖର୍ଚ୍ଚରେ ନିଜ ଓଜନକୁ କମାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ ଗୁଡିକ ବିଷୟରେ:

 

ajwain

ଆପଣଙ୍କ ଘରେ ନିଶ୍ଚିତ ରୂପେ ଜୁଆଣି ଥିବ । ମାତ୍ର କିଛି ଟଙ୍କାରେ ବଜାରରେ ସହଜରେ ମିଳୁଥିବା ଜୁଆଣି ଖାଲି ଯେ ସ୍ୱାଦ ବଢାଇନଥାଏ ପେଟ ପାଇଁ ମଧ୍ୟ ଏହା ଖୁବ ଉପକାରୀ ହୋଇଥାଏ । ଆପଣ ହୁଏତ ଜାଣି ନଥିବେ ଏହାସାହାଯ୍ୟରେ ଓଜନ ମଧ୍ୟ କମାଯାଇ ପାରିବ। ଆସନ୍ତୁ ଜାଣିବା ସେ ସମ୍ବନ୍ଧୀୟ କେତେଗୁଡିଏ ଟିପ୍ସ ।

୧.ରାତିରେ ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ଜୁଆଣି ପକାଇ ବତୁରାନ୍ତୁ । ସକାଳେ ଏହାକୁ ଛାଣି ପାଣିରେ ଗୋଟେ ଚାମଚ ମହୁ ମିଶେଇ ପିଇଦିଅନ୍ତୁ | ନିୟମିତ ଭାବେ ଏହାକୁ ସେବନ କଲେ ଆପଣ ନିଶ୍ଚିତ ରୂପେ ଫରକ ଅନୁଭବ କରିପାରିବେ ।

ajwain

୨.ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଚାମଚ ଜୁଆଣି ଖାଇବେ ତ ଗୋଟେ ମାସ ଭିତରେ ଆପଣଙ୍କର ୪ ରୁ ୫ କିଲୋ ଓଜନ କମିଯିବ ।

୩.ଜୁଆଣି ଶରୀରର ମେଟାବୋଲିସମ ଆକ୍ଟିଭିଟିକୁ ଅଧିକ ସକ୍ରିୟ କରିଥାଏ । ଯାହାଦ୍ୱାରା ଶରୀରର ଫ୍ୟାଟ ଖୁବ ଶୀଘ୍ର ମେଲଟ ହେବା ସହ ଓଜନ ମଧ୍ୟ ଶୀଘ୍ର କମିଯାଏ । ଯଦି ଆପଣ ନିଜ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ୧୫ ରୁ ୨୦ ଦିନ ଲଗାତାର ଏହି ପାଣି ପିଅନ୍ତୁ | ଖୁବ ଶୀଘ୍ର ଆପଣଙ୍କ ଶରୀରରେ ଫରକ ଦେଖାଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.