Below header

ଶୀତ ଅଧିବେଶନରେ ଲାଗିଲା ପୂର୍ଣ୍ଣଛେଦ, ଅନିର୍ଦ୍ଦିଷ୍ଟକାଳ ପାଇଁ ହେଲା ଗୃହ ମୁଲତବୀ

ଭୁବନେଶ୍ବର (କେନ୍ଯୁଜ୍) : ନିର୍ଦ୍ଧାରିତ ତାରିଖର ୧୮ ଦିନ ପୂର୍ବରୁ ଅଧିବେଶନ ଶେଷ । ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭାକୁ ମୁଲତବୀ ରଖାଯାଇଛି । ଗୃହରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଆଗୁଆ ଗୃହକୁ ମୁଲତବୀ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଯାହାକୁ ଗୃହର ମଂଜୁରୀ ମିଳିଥିଲା।

assembly

ସେପଟେ ଏହାକୁ ବିରୋଧ କରି ବିଜେପି କକ୍ଷ ତ୍ୟାଗ କରିଥିଲା। ଡିସେମ୍ବର ୧୬ ଯାଏ ଚାଲିଥାନ୍ତା ବିଧାନସଭା। ୨୩ଟି କାର୍ଯ୍ୟ ଦିବସ ଥିଲା। ମାତ୍ର ୫ଟି ଦିନ ଚାଲିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.