ଲଗାତାର ୧୪ ବର୍ଷ ପର୍ଯ୍ଯନ୍ତ ଶୋଇରହିଥିଲେ ଲକ୍ଷ୍ମଣଙ୍କ ପତ୍ନୀ, ରାବଣର ପୁଅ ସହିତ ଜଡିତ ରହିଛି ରହସ୍ୟ

ହିନ୍ଦୁଧର୍ମରେ ଦୁଇଟି ଗ୍ରନ୍ଥକୁ ସବୁଠୁ ଅଧିକ ପ୍ରସିଦ୍ଧି ଦିଆଯାଇଛି ତାହା ହେଉଛି ମହାଭାରତ ଏବଂ ରାମାୟଣ। ମହର୍ଷି ବାଲ୍ମିକୀ ରାମାୟଣର ରଚନା କରିଥିଲେ। ରାମାୟଣର ମହାତ୍ମ୍ୟ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ଏହି କଥାର ପ୍ରମୁଖ ପାତ୍ର ହେଉଛନ୍ତି ରାମ, ସୀତା, ଲକ୍ଷ୍ମଣ, ହନୁମାନ ଏବଂ ରାବଣ। ରାବଣ ସହିତ ଭଗବାନ ରାମଙ୍କର ବିଜୟରେ ଲକ୍ଷ୍ମଣଙ୍କର ଯୋଗଦାନ ବହୁତ ଥିଲା। ଆପଣ ପ୍ରାୟ ସମସ୍ତେ ଏହା ବିଷୟରେ ଜାଣିଥିବେ।

ram laxmanକିନ୍ତୁ କଣ ଆପଣଛନ୍ତି କି ରାମାୟଣରେ ଏହି ପ୍ରମୁଖ ଭୂମିକା ମଧ୍ୟରେ ଆଉ ଜଣଙ୍କର ଭୂମିକା ରହିଛି, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି। ସେ ହେଉଛନ୍ତି ଲକ୍ଷ୍ମଣଙ୍କ ସ୍ତ୍ରୀ ଉର୍ମିଳା। ତେବେ ଆସନ୍ତୁ ଜାଣିବା ରାବଣ ଏବଂ ରାମଙ୍କର ଏହି ଯୁଦ୍ଧରେ ଉର୍ମିଳାଙ୍କର କଣ ଯୋଗଦାନ ରହିଛି।

ଏହା ସହ ପଢ଼ନ୍ତୁ : ଶିବଲିଙ୍ଗରେ ଭୁଲରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇଯିବେ ବରବାଦ

ଉର୍ମିଳା ମଧ୍ୟ ଯିବାକୁ ଚାହୁଁଥିଲେ ବନବାସ :

ଭଗବାନ ରାମ ୧୪ ବର୍ଷର ବନବାସ ହୋଇଥିଲା। ତାଙ୍କର ଏହି ବନବାସରେ ସୀତା ଏବଂ ଲକ୍ଷ୍ମଣ ମଧ୍ୟ ସାଙ୍ଗରେ ଯାଇଥିଲେ। ଯେତେବେଳେ ଲକ୍ଷ୍ମଣ ବନବାସ ଯାଉଥିଲେ, ତେବେ ତାଙ୍କ ସହିତ ପତ୍ନୀ ଉର୍ମିଳା ମଧ୍ୟ ଯିବାକୁ ଚାହିଁଥିଲେ। ଲକ୍ଷ୍ମଣ ତାଙ୍କୁ ଯିବାର ବାରଣ କରିଥିଲେ।

urmila

୧୪ ବର୍ଷ ପର୍ଯ୍ଯନ୍ତ ଶୋଇନଥିଲେ ଲକ୍ଷ୍ମଣ :

ଲକ୍ଷ୍ମଣ ନିଜ ଭାଇ ରାମ ଏବଂ ଭାଉଜ ସୀତାଙ୍କ ପ୍ରତି କ୍ରୁତଜ୍ଞ ଥିଲେ। ଏଥିପାଇଁ ବନବାସର ପ୍ରଥମ ଦିନରେ ଯେତେବେଳେ ଭଗବାନ ରାମ ଏବଂ ମାତା ସୀତା କୁଟରା ଭିତରେ ଥିଲେ, ତେବେ ଲକ୍ଷ୍ମଣ କୁଟରୀ ସମ୍ମୁଖରେ ରହି ନଜର ରଖିଥିଲେ। କିଛି ମୁହୁର୍ତ୍ତରେ ନିଦ୍ରାଦେବୀ ଲକ୍ଷ୍ମଣଙ୍କୁ ପ୍ରକଟ ହେଲେ। ଲକ୍ଷ୍ମଣ ନିଦ୍ରାଦେବୀଙ୍କୁ ନିଦ୍ରା ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ ଏବଂ ମୋତେ ମୋର ଭାଇ ଏବଂ ଭାଉଜଙ୍କୁ ସୁରକ୍ଷା ଦେବାର ଅଛି।

Lakshmanଲକ୍ଷ୍ମଣଙ୍କ ପାଖରୁ ଏହା ଶୁଣି ନିଦ୍ରାଦେବୀ ତାଙ୍କୁ ୧୪ ବର୍ଷ ନିଦ ଠାରୁ ଦୂରେଇ ରହିବାକୁ ଅନୁମତି ଦେଲେ ଏବଂ ଏହା ବଦଳରେ ସେ ଅନ୍ୟ କାହାକୁ ଲକ୍ଷ୍ମଣଙ୍କର ନିଦର ଦାୟିତ୍ବ ନେବାକୁ କହିଲେ। ଏହା ପରେ ଲକ୍ଷ୍ମଣ ଏହି ଦାୟିତ୍ବକୁ ତାଙ୍କର ସ୍ତ୍ରୀକୁ ଦେବା ପାଇଁ କହିଲେ। ସେ କହିଲେ ମୋ ସ୍ଥାନରେ ମୋ ସ୍ତ୍ରୀ ଉର୍ମିଳାଙ୍କର ନିଦକୁ ନେଇଯାନ୍ତୁ। ଏହାପରେ ନିଦ୍ରାଦେବୀ ଲକ୍ଷ୍ମଣଙ୍କ କଥାରେ ସହମତି ହେଲେ।

୧୪ ବର୍ଷ ପର‌୍ୟ୍ୟନ୍ତ ଶୋଇ ରହିଥିଲେ ଉର୍ମିଳା :

urmilaନିଦ୍ରାଦେବୀ ଲକ୍ଷ୍ମଣଙ୍କ ପାଖକୁ ନଯାଇ ଉର୍ମିଳାଙ୍କ ପାଖକୁ ଚାଲିଗଲେ। ଉର୍ମିଳା ମଧ୍ୟ ନିଜ ସ୍ବାମୀଙ୍କର ଆଜ୍ଞାକୁ ପାଳନ କରିବାକୁ ଲାଗିଲେ। ଏହିଭଳି ଭାବେ ଉର୍ମିଳା ୧୪ ବର୍ଷ ପର୍ଯ୍ଯନ୍ତ ଶୋଇବା ଦ୍ବାରା ଲକ୍ଷ୍ମଣ ବିନା କୌଣସି ଥକ୍କା ଏବଂ ଚିନ୍ତାରେ ରାମ-ସୀତାଙ୍କର ଦେଖାଶୁଣା କରିପାରିଲେ।

ଆହୁରୀ ପଢ଼ନ୍ତୁ : ଅସ୍ତ ହେଲେ ବୃହସ୍ପତି : କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିବ, ଆସନ୍ତୁ ଜାଣିବା

ଉର୍ମିଳାଙ୍କ କାରଣରୁ ରାବଣଙ୍କର ପୁଅର ବଦ୍ଧ ହେଲା :

ମେଘନାଥକୁ ଏକ ବରଦାନ ମିଳିଥିଲା। ଏହି ବରଦାନ ଥିଲା ଯେ ମେଘନାଥଙ୍କୁ କେବଳ ସେ ହିଁ ବଦ୍ଧ କରିପାରିବ ଯିଏ ୧୪ ବର୍ଷ ପର୍ଯ୍ଯନ୍ତ ଶୋଇ ନଥିବ। ଏମିତିରେ ଲକ୍ଷ୍ମଣଙ୍କ ସହାୟତା ତାଙ୍କ ପତ୍ନୀ କରିଥିଲେ। କାରଣ ଲକ୍ଷ୍ମଣଙ୍କ ନିଦ ଉର୍ମିଳାଙ୍କ ଦ୍ବାରା ନେବା କାରଣରୁ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ଯନ୍ତ ନ ଶୋଇବା ବ୍ୟକ୍ତି ହୋଇଗଲେ। ଏହିଭଳି ଭାବେ ଲକ୍ଷ୍ମଣ ମେଘନାଥଙ୍କର ବଦ୍ଧ କଲେ ଏବଂ ମେଘନାଥଙ୍କୁ ମୋକ୍ଷ ଦେଇଥିଲେ। ଅର୍ଥାତ ମେଘନାଥଙ୍କର ମ୍ରୁତ୍ୟୁରେ ଉର୍ମିଳାଙ୍କର ଯୋଗଦାନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.