ମୁଣ୍ଡରେ ଛୁରୀ ପଶି ରହିଥିଲା କିନ୍ତୁ ୧ କିଲୋମିଟର ସାଇକେଲ ଚଲାଇ ପହଞ୍ଚିଲେ ଡାକ୍ତାରଖାନା

କେପଟାଉନ୍ : ସାଉଥଆଫ୍ରିକରେ କିଛି ଦିନ ପୂର୍ବେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ଯକର ଘଟଣା। ଏଠାରେ ଜଣେ ବ୍ଯକ୍ତିର ମୁଣ୍ଡରେ ଛୁରୀ ପଶିଯିବା ପରେ ସେ ଡ଼ରି ସାଇକେଲ ଚଲାଇ ଯାଇ ପହଞ୍ଚିଥିଲେ ଡ଼ାକ୍ତରଖାନା । ଶୁଣିବାକୁ ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ବାସ୍ତବରେ ଏହି ଘଟଣାଟି ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କେପଟାଉନରେ ରହୁଥିବା ୨୪ବର୍ଷିୟ ସନ୍ ବେନଙ୍କ ଉପରେ କିଛି ବ୍ଯକ୍ତି ମାରଣାନ୍ତକ ଆକ୍ରମଣ କରିଥିଲେ। ସନ୍ ବେନଙ୍କର ସାଇକେଲ ଚୋରାଇବା ପାଇଁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଏପରିକି ଜଣେ ତାଙ୍କ ମୁଣ୍ଡରେ ଛୁରୀ ପୁରାଇ ଦେଇଥିଲେ। ଏହି ସମୟରେ ତାଙ୍କୁ ଦେଖି ଅକ୍ରମଣକାରୀ ଏତେ ମାତ୍ରାରେ ଡ଼ରି ଯାଇଥିଲେ କି ସେ ସେଠାରୁ ପଳାଇଯାଇଥିଲେ। ମୁଣ୍ଡରେ ଛୁରୀ ପଶିଥିବାରୁ ସେନ୍ ଲହୁଲୁହାଣ ହୋଇଯାଇଥିଲେ। କିନ୍ତୁ ଏହାପରେ ଯାହା ହୋଇଥିଲା ତାହା ଦେଖି ସାରା ସହର ରହିଯାଇଥିଲା ହତବାକ୍।
ମୁଣ୍ଡରେ ଛୁରୀ ପଶିଥିବା ଅବସ୍ଥାରେ ମଧ୍ୟ ସେନ୍ ନଡ଼ରି ସଇକେଲ ଉଠାଇ ୧ କିଲୋମିଟର ଦୂରରେ ଥିବା ଏକ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ। ଏହାପରେ ଡ଼ାକ୍ତରଖାନାରେ ପହଞ୍ଚି ସାଇକେଲ ରଖି ନିଜେ ରିସେପସନରେ ପହଞ୍ଚିଲେ । ସେ ଏପରି ଭାବେ ଠିଆ ହୋଇଥିଲେ ଯେପରି କିଛି ହୋଇନାହିଁ। ସେ ବହୁତ ଶାନ୍ତ ଭାବେ ପଚରାନ୍ତି ଡ଼ାକ୍ତର ଅଛନ୍ତି କି? ତାପରେ ଆରମ୍ଭ ହେଲା ତାଙ୍କ ଚିକିତ୍ସା।
ଡ଼ାକ୍ତର ସେନଙ୍କୁ ଦେଖି କହିଲେ, ସେନ୍ ଯେଉଁ ସମୟରେ ଚିକିତ୍ସା ପାଇଁ ଆସିଲେ ତାଙ୍କ ମୁଣ୍ଡରେ ଏକ ୬ ଇଞ୍ଚର ଛୁରୀ ପଶିରହିଥିଲା। କିନ୍ତୁ ଏହାପରେ ମଧ୍ୟ ସେ କିଛି ନ ହେଲା ଭଳି ସମସ୍ତଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏପରି ଘଟଣା ଆଜି ପର୍ଯ୍ଯନ୍ତ ସେ କେବେ ଦେଖି ନଥିବା କହିଥିଲେ।
ତାଙ୍କର ଏକ୍ସ-ରେ ଦେଖିବା ଲାଏକ୍ ରହିଥିଲା। ଛୁରୀ ଏପରି ସ୍ଥାନରେ ଥିଲା ଯେଉଁଥିରେ ଲାଗିଥିଲା ସେଠାରେ ହାଡ଼ ଲାଗିଥିଲା। ତେବେ ବର୍ତ୍ତମାନ ସାନଙ୍କ ଘଟଣା ବହୁଳ ସଂଖ୍ଯାକ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଲୋକ ତାହାକୁ ଆଶ୍ଚର୍ଯ୍ଯର ସହ ପଢ଼ୁଛନ୍ତି ମଧ୍ୟ।