ଶନିବାର ପରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ ପାରଦ

ଭୁବନେଶ୍ବର(କେନ୍ୟୁଜ୍): ଖସିବ ପାରଦ, ବଢ଼ିବ ଶୀତ । ଶନିବାର ପରେ ଶୀତର ପ୍ରକୋପ ବଢ଼ିବ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି ।

ଦୁଇ ଦିନ ହେବ ରାଜ୍ୟରେ ପାଗ କୋହଲା ରହିଛି । ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି । ଏହାସହ କିଛି ସ୍ଥାନରେ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି । କୋରାପୁଟ ଶିମିଳିଗୁଡ଼ା ରାତି ତାପମାତ୍ରା ରହିଛି ୧୨.୮ ଡିଗ୍ରୀ । କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ର ୧୩.୪ ଡିଗ୍ରୀ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.