ଆଗାମୀ ୨ରୁ ୩ ଦିନରେ ରାଜ୍ୟକୁ ପୁଣି ଫେରିବ ଶୀତ, ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

(କେନ୍ୟୁଜ): ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଗାମୀ ୨ରୁ ୩ ଦିନ ପରେ ଶୀତ ବିଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କିଛି ଦିନ ହେବ ପାଗରେ ପରିବର୍ତ୍ତନ ଦେଖାଦେଇଥିବାରୁ କନ୍ଧମାଳ ଜିଲ୍ଲାରୁ ଶୀତ ଉଭାନ୍‌୍‌ ହୋଇଯାଇଛିା । ଦୁଇ ଦିନ ହେବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡିୁ ଦୃଶ୍ୟମାନ ହେଉଛି ।

ସାମୁଦ୍ରିକ ବାୟୁର ପ୍ରଭାବରେ ସକାଳେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। । ତେବେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.