ଇତିହାସ ରଚିଲେ ଶିଭମ ମାଭି, ଟି-୨୦ ଡେବ୍ୟୁ ମ୍ୟାଚରେ ୪ଟି ଓ୍ଵିକେଟ ନେଇଥିବା ତୃତୀୟ ଶ୍ରେଷ୍ଠ ବୋଲର

ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ମାତ୍ର ୨ ରନରେ ଜିତିଛି ଭାରତ । ୧୬୩ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୧୬୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ରଥମ ଇଣ୍ଟରନ୍ୟାସନାଲ ମ୍ୟାଚରେ ଡେବ୍ୟୁ କରିଥିବା ବୋଲର ଶିଭମ୍‌ ମାଭି ଭଲ ପ୍ରଦର୍ଶନ କରିଛନ୍ତି। ସେ ମାତ୍ର ୨୨ ରନ ଦେଇ ୪ ଓ୍ଵିକେଟ ନେଇଛନ୍ତି । ଆଉ ଡେବ୍ୟୁ ଟି-୨୦ ମ୍ୟାଚରେ ୪ଟି ଓ୍ଵିକେଟ ନେଇଥିବା ତୃତୀୟ ଶ୍ରେଷ୍ଠ ବୋଲର ବୋଲର ହୋଇଛନ୍ତି । ଏହା ପୂର୍ବରୁ ଡେବ୍ୟୁ ମ୍ୟାଚରେ ଜିମ୍ବାେଓ୍ଵର ବିରନ୍ଦର ସରନ ୧୦ ରନ ଦେଇ ୪ ଓ୍ଵିକେଟ, ୨୦୦୯ରେ ପ୍ରଜ୍ଞାନ ଓଝା ୨୧ ରନ ଦେଇ ୪ ଓ୍ଵିକେଟ ନେଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟରେ ୧୬୨ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ୱିକେଟ କିପର ଈଶାନ କିଶନ ୩୭ ରନ୍ ସଂଗ୍ରହ କରିଥିବା ବେଳେ ଶୁବମନ ଗିଲ ମାତ୍ର ୭ ରନରେ ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୭, ସଞ୍ଜୁ ସାମସନ ୫, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୯, ଦୀପକ ହୁଡା ଅପରାଜିତ ୪୧ ଓ ଅକ୍ସର ପଟେଲ ଅପରାଜିତ ୩୧ ରନ୍ ସଂଗ୍ରହ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶାଙ୍କା, ଏମ. ଥିକଶାନା, ସି. କରୁଣାରନ୍ନେ, ଧନଞ୍ଜୟ ଡି’ ସିଲଭା, ହସରଙ୍ଗା ପ୍ରତ୍ୟେକ ଖେଳାଳି ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଶ୍ରୀଲଙ୍କା । ଦଳ ୧୬୦ ରନରେ ସମସ୍ତ ୱିକେଟ ହରାଇଥିଲା ।

ଟିମ ଇଣ୍ଡିଆ ପକ୍ଷରୁ ଶିଭମ ମାଭି ସର୍ବାଧିକ ୪ଟି ୱିକେଟ,ଉମ୍ରାନ ମଲିକ ଓ ହର୍ଷଲ ପଟେଲ ଉଭୟେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଭାରତୀୟ ପୁରୁଷ ଖେଳାଳିଙ୍କ ଦ୍ୱାରା ଟି-୨୦ ଡେବ୍ୟୁ ସର୍ବଶ୍ରେଷ୍ଠ ବୋଲର :

ବିରନ୍ଦର ସରନ(୨୦୧୬) : ଜିମ୍ବାେଓ୍ଵ ବିପକ୍ଷ ମ୍ୟାଚ ୪/୧୦

ପ୍ରଜ୍ଞାନ ଓଝା(୨୦୦୯): ବାଂଲାଦେଶ ବିପକ୍ଷ ମ୍ୟାଚ ୪/୨୧

ଶିଭମ ମାଭି(୨୦୨୩) : ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ୪/୨୨

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.