ଆଜିଠୁ ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ, ଡିସେମ୍ବର ୨୬ରୁ ୩୧ ଯାଏ ଖୋଲା ରହିବ କାର୍ଯ୍ୟାଳୟ

କଟକ(କେନ୍ୟୁଜ୍): ଆଜିଠୁ ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ । ଶୀତ ଅବକାଶ ସମୟରେ ଡକ୍ଟର ଜଷ୍ଟିସ୍‌ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ ରହିବେ । ଅବକାଶ ସମୟରେ ଡିସେମ୍ବର ୨୬ରୁ ୩୧ ଯାଏ ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିବ । କାର୍ଯ୍ୟ ଦିବସରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ।

କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ରୁଜୁ ପାଇଁ ଅବକାଶ ଦାୟିତ୍ୱରେ ଥିବା ଅଧିକାରୀ ଗ୍ରହଣ କରିବେ। ଏହାସହ ଅବକାଶ ସମୟରେ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ମାମଲା ଦାଖଲ କରାଯାଇପାରିବ। ଶୀତ ଅବକାଶ ଶେଷ ହେବା ପରେ ୨୦୨୩ ଜାନୁଆର ୨ରେ ହାଇକୋର୍ଟ ଖୋଲିବ ବୋଲି ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.