ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରଖିଲେ ମୁଖ୍ୟ ନିର୍ବାଚନ କମିଶନ, ରାଜ୍ୟର ୧୧ଟି ଉପକୂଳ ଜିଲ୍ଲାରୁ ଉଠିଲା ଆଦର୍ଶ ଆଚରଣ ବିଧି

କେନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରଖିଲେ ମୁଖ୍ୟ ନିର୍ବାଚନ କମିଶନ। ବାତ୍ୟା ଫନି ପାଇଁ ରାଜ୍ୟର ୧୧ଟି ଉପକୂଳ ଜିଲ୍ଲାରୁ ଉଠିଲା ଆଦର୍ଶ ଆଚରଣ ବିଧି। ସେହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ଏସବୁ ଜିଲ୍ଲାରେ ବାତ୍ୟା ମୁକାବିଲା ସହ ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବାରେ ସୁବିଧା ହେବ। ସରକାରୀ ଅଧିକାରୀ ଓ କର୍ମଚାରୀ ବିପନ୍ନଙ୍କୁ ସ୍ଥାନାନ୍ତର, ଥଇଥାନ ସହ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇପାରିବେ। ଗତକାଲି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନୀ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ସେସବୁ ଜିଲ୍ଲାରୁ ନିର୍ବାଚନ ଆଦର୍ଶ ଆଚରଣବିଧି ହଟାଇବାକୁ ନିବେଦନ କରିଥିଲେ ନବୀନ। ଏହାସହ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବି ଦାବି କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.